fbpx

ଅଜବ ନିୟମ! ଯେଉଁଠି ଝିଅ ବାହାଘର ପାଇଁ ଦିଆଯାଏ ୨୧ଟି ବିଷାକ୍ତ ସାପ, ନହେଲେ ସବୁ ବନ୍ଦ

ସାଧାରଣତଃ ଝିଅ ବାହାଘରରେ ପିତା ତାଙ୍କୁ ଟଙ୍କା, ଅଳଙ୍କାର, ଗାଡି ଇତ୍ୟାଦି ଉପହାରରେ ଦେଇଥାନ୍ତି । କିନ୍ତୁ ବାହାଘରରେ ସାପକୁ ଯୌତୁକରେ ଦେଉଥିବା କଥା କେବେ ଶୁଣିଛ କି? ଅବିଶ୍ୱାସ ହେଲେ ବି କଥାଟି ୧୦୦% ସତ । ଏଭଳି ଏକ ଅଜବ ପରମ୍ପରା ମଧ୍ୟପ୍ରଦେଶର ସ୍ୱତନ୍ତ୍ର ସମ୍ପ୍ରଦାୟରେ ଚାଲିଅରସୁଛି । ମଧ୍ୟପ୍ରଦେଶର ଗୌରିୟା ସମ୍ପ୍ରଦାୟର ଲୋମାନେ ନିଜ ତ୍ୱାଇଁଙ୍କୁ ୨୧ଟି ବିଷାକ୍ତ ସାପ ଯୌତୁକ ହିସାବରେ ଦେଇଥାନ୍ତି । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି ।

ଯଦି କୌଣସି ପିତା ନିଜ ଝିଅକୁ ସାପ ଯୌତୁକରେ ନଦିଏ, ତେବେ ବାହାଘର ଖୁବଶୀଘ୍ର ଭାଙ୍ଗିଯାଏ ବୋଲି କୁହାଯାଏ । ଏପରି ବି କୁହାଯାଉଛି କି, ଯେବେ ବାହାଘର ଠିକ୍ ହୋଇଥାଏ ସେବେଠାରୁ ନିଜ ଜ୍ୱାଇଁକୁ ସାପ ଦେବା ପାଇଁ ଶଶୂର ସାପ ଧରିବା ଆରମ୍ଭ କରିଥାନ୍ତି । ସେଠାରେ ଥିବା ଛୋଟପିଲାମାନେ ବି ସାପକୁ ଭୟ କରନ୍ତି ନାହିଁ ବରଂ ସେମାନଙ୍କ ସହ ଖେଳନ୍ତି ।

ବାସ୍ତବରେ ଏହି ଲୋକମାନଙ୍କର ବୃତ୍ତି ସାପ ଧରିବା ହେଉଥିବାରୁ ସେମାନେ ସାପକୁ ଭୟ କରନ୍ତି ନାହିଁ । ସେହି ଲୋକମାନେ ସାପ ଦେଖାଇ ଟଙ୍କା ରୋଜଗାର କରନ୍ତି, ସେଥିପାଇଁ ନିଜ ଝିଅ ବାହାଘରରେ ସେମାନେ ଜ୍ୱାଇଁକୁ ସାପ ଦେଇଥାନ୍ତି । ଫଳରେ ଜ୍ୱାଇଁ ସେହି ସାପ ଦେଖାଇ ନିଜ ପରିବାରର ପ୍ରତିପୋଷଣ କରିପାରିବ ।

Get real time updates directly on you device, subscribe now.