fbpx
BJD SKY
BJD SKY

ଆଉ ନାହାନ୍ତି ୨୧ ବର୍ଷୀୟା ଟିକଟକ ଷ୍ଟାର ଅଲୀ ଡୁଲିନ

BJD

ନୂଆଦିଲ୍ଲୀ: ଜଣାଶୁଣା ଟିକଟକ ଷ୍ଟାର ଅଲୀ ଡୁଲିନ ଆଉ ନାହାନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଅଲୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଫ୍ୟାନ୍ସଙ୍କ ମଧ୍ୟରେ ‘ସ୍ପାଇସ’ ଭାବେ ଜଣାଶୁଣା ଥିବା ଅଲୀଙ୍କ ଆକସ୍ମିକ ମୃତ୍ୟୁ ଖବର ଅନେକଙ୍କୁ ଚକିତ କରିଦେଇଛି । ଖବ୍ କମ୍ ବୟସରେ ସେ ସୋସିଆଲ ମିଡ଼ିଆରେ ଜଣେ ପରିଚିତ ଚେହେରା ଭାବେ ପରିଗଣିତ ହୋଇପାରିଥିଲେ ।

ସୂଚନା ମୁତାବକ, ଅଲୀଙ୍କ ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେ ଆମେରିକାର ଫ୍ଲୋରିଡ଼ାରେ ରହୁଥିଲେ । କାର୍ ଆକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଲ୍ଲୀଙ୍କ ମୃତ୍ୟୁ ପରେ ତାଙ୍କର ବନ୍ଧୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଶୋକବ୍ୟକ୍ତ କରିଛନ୍ତି । ଏତେ କମ୍ ବୟସରୁ ଅଲ୍ଲୀ ଦୁନିଆକୁ ଅଲବିଦା କହିବା ଅବିଶ୍ୱାସନୀୟ ବୋଲି ତାଙ୍କର ବନ୍ଧୁ ଆରିଆନେ ଆଭାନ୍ଦି ଲେଖିଛନ୍ତି । ଏଥିସହିତ ସେ ଅଲ୍ଲୀଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କୁ କେବେ ଭୁଲି ପାରିବେ ନାହିଁ ବୋଲି ଆଭାନ୍ଦି ଉଲ୍ଲେଖ କରିଛନ୍ତି ।

୨୧ ବର୍ଷୀୟା ଅଲୀ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଥିଲେ । ସେ ହୁଟର୍ସରେ ମଧ୍ୟ କାମ କରିଥିଲେ । ଟିକଟକରେ ତାଙ୍କର ୨ ଲକ୍ଷ ଫଲୋଅର୍ସ ଥିଲେ । ସେ ମଜାଳିଆ ଭିଡିଓ ବନାଇବାକୁ ନେଇ ପରିଚିତ ଥିଲେ । ସେ ଅନେକ ସମୟରେ ଲିମ୍ପ ସିଙ୍କ ଭିଡିଓ, ଡ୍ୟାନ୍ସ ଭିଡିଓ, ଲାଇଫଷ୍ଟାଇଲ ଭିଡିସ ପୋଷ୍ଟ କରୁଥିଲେ । ଟିକଟକ ବ୍ୟତୀତ ସେ ଇନଷ୍ଟାଗ୍ରାମରେ ମଧ୍ୟ ବେଶ୍ ପରିଚିତ ଥିଲେ । ସେ ସର୍ବଦା ଅନ୍ୟକୁ ମୋଟିଭେଟ କରାଇବା ସହିତ ସମସ୍ତଙ୍କ ମୁହଁରେ ହସ ଭରିବାକୁ ପସନ୍ଦ କରିଥିଲେ । ଅଲୀଙ୍କ ପରଲୋକ ପରେ ପୃଥିବୀରୁ ଗୋଟିଏ ଆଞ୍ଜେଲ ଚାଲିଯାଇଛି ବୋଲି ତାଙ୍କର ବନ୍ଧୁ ଆଭାନ୍ଦି କହିଛନ୍ତି ।

Get real time updates directly on you device, subscribe now.