fbpx
BSKY SKY
BSKY SKY

ରାଜ୍ୟରେ କରୋନା ସଙ୍କଟ: BMCର ୨୨ କର୍ମଚାରୀ ପଜିଟିଭ୍ ଚିହ୍ନଟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥିବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ରିପୋର୍ଟ ଆସିବା ପରେ ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ । ବିଏମସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ରାଜ୍ୟରେ ଦିନକରେ ୧୦ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ରୁ ୫୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ କେସ୍ ୪୨୨୬ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬କୁ ବୃଦ୍ଧି ପାଇଛି । ଅନ୍ୟପଟେ ଜିଲ୍ଲା ଗୁଡ଼ିକ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ । ଏଠାରୁ ୩ହଜାର ୧୮୮ ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.