fbpx

କୋଭିଡ ଗାଇଡଲାଇନ ଉଲଂଘନ: ସିଲ୍‌ ହେଲା କୋଚିଂ ସେଣ୍ଟର

କଟକ(ଓଡ଼ିଶା ଭାସ୍କର): କୋଭିଡ ଗାଇଡଲାଇନ ଉଲଂଘନ କରି ସିଲ ହେଲା କୋଚିଂ ସେଣ୍ଟର । କଟକ ଲିଙ୍କ୍‌ରୋଡ୍‌ରେ ଥିବା ଏକ କୋଚିଂ ସେଣ୍ଟର ଆଜି ସିଲ୍‌ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ସାର୍ବଜନିକ ସ୍ଥାନରେ ଏକାଠି ହେବାକୁ ମନା କରାଯାଇଥିବା ବେଳେ ଏଠାରେ ୮୦ ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିଲେ । କଟକର ଲିଙ୍କ ରୋଡ଼ରେ ଥିବା ଏ. ଆର. କ୍ରିଏସନ କୋଚିଂ ସେଣ୍ଟରରେ ୮୦ରୁ ଅଧିକ ପିଲା ପଢ଼ୁଥିବା ବେଳେ ଏହାକୁ ଆଜି ସିଲ କରିଦିଆଯାଇଛି । ଆଜି ଚଢ଼ାଉ କରି କୋଚିଂ ସେଣ୍ଟର ସିଲ୍‌ କରିଛି ଉଗଉର ଏନ୍‌ଫୋର୍ସମେଣ୍ଟ ଟିମ୍‌ ।

Get real time updates directly on you device, subscribe now.