fbpx

ବଡ଼ ଦୁଃଖ ଖବର: ବଜ୍ରପାତରେ ଚାଲିଗଲା ୨୩ଟି ଗୃହପାଳିତ ପଶୁଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ତାତିର ପ୍ରକୋପ ଜାରି ରହିଥିବ ବେଳେ ଖୁବଶୀଘ୍ର ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକଂଶ ଜିଲ୍ଲାରେ ଘଣ୍ଟା ପ୍ରତି ୩୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିସହିତ ବଜ୍ରପାତ, ଘଡ଼ଘଡ଼ି, କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ଏହା ମଧ୍ୟରେ ରାଜ୍ୟରେ ବଜ୍ରାପାତର ଏକ ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି । ବଜ୍ରପାତରେ ୨୩ଟି ଗୃହପାଳିତ ପଶୁଙ୍କ ଜୀବନ ଚାଲିଯାଇଛି । ୬ଟି ପରିବାରର ଗାଈ, ବଳଦ ଓ ବାଛୁରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ତହସିଲଦାର, ପ୍ରାଣୀଧନ ନିରୀକ୍ଷକ, ସରପଞ୍ଚ, ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସମସ୍ତ ମୃତ ଗୃହପାଳିତ ପଶୁଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ରମନାଗୁଡ଼ା ତହସିଲ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ସାନ ମୁନି ଗାଁରେ ଏହି ଅଘଟଣ ଘଟିଯାଇଛି । କାହାର ୨ଟି ବଦଳ ତ ଆଉ କାହାର ୨ଟି ଗାଈ ଏପରି ଭାବେ ମୋଟ ୨୩ଟି ପ୍ରାଣୀଙ୍କର ଜୀବନ ନେଇଯାଇଛି ବଜ୍ରପାତ । ଗାଁଠାରୁ ପ୍ରାୟ ୧ କିମି ଦୂର ଅନ୍ୟ ଏକ ଗାଁକୁ ଚରିବାକୁ ଯାଇଥିବା ସମୟରେ ଏହି ଜନ୍ତୁମାନେ ବଜ୍ରପାତର ଶିକାର ହୋଇଥିଲେ । ତେବେ କ୍ଷତିଗ୍ରସ୍ତ ପରିବରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହଯାଇଛି ।

Get real time updates directly on you device, subscribe now.