fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଲା କରୋନା: ୨୪ ଘଣ୍ଟାରେ ୨୩୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୨ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୩୫ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୩୦ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫, ଷ୍ଟେଟପୁଲରୁ ୨୫, ବାଲେଶ୍ୱରରୁ ୧୩, ସୁନ୍ଦରଗଡ଼ରୁ ୧୨, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ସୋନପୁରରୁ ୬, ଭଦ୍ରକ ଓ ପୁରୀରୁ ୫ ଜଣ ଲେଖାଏଁ, ଦେଓଗଡ଼ରୁ ୩, ଜଗତସିଂହପୁର ଓ ଯାଜପୁରରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୧୯୨କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୧୦୩୫ ଥିବା ବେଳେ ୧୨,୭୯,୯୭୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.