fbpx

ରାଜଧାନୀରେ ବଢ଼ିଲା ଅଟୋ ଭଡ଼ା: ଏଣିକି ଯାତ୍ରା କରିବା ଆହୁରି ମହଙ୍ଗା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଛସି । ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ତିନି ଚକିଆ ଯାନ ଅଟୋ ଭଡ଼ା ବଢ଼ିଯାଇଛି । ଅଟୋ କିଲୋମିଟର ପିଛା ଦେଢ଼ ଟଙ୍କା ବଢ଼ିଥିବା ବେଳେ ଟ୍ୟାକ୍ସି ପାଇଁ ବେସ୍ ଭଡ଼ା ୧୫ ଟଙ୍କା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ଭଡ଼ା ବଢ଼ିବାର ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦିଆଯାଇଛି ଓ ଅ।।ମୀ ବୈଠକରେ ଅନୁମୋଦନ ପାଇଁ ମନ୍ତ୍ରିମଣ୍ଡଳ ସମ୍ମୁଖରେ ରଖାଯିବାର ସମ୍ଭାବନା ରହିଛି ।ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଏହାକୁ ନିଶ୍ଚିତ କରି କହିଛନ୍ତି ଯେ, ‘ଭଡ଼ା ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି । ସିଏନଜିର ଦାମ୍ ବୃଦ୍ଧି ହେତୁ ଭଡ଼ା ବୃଦ୍ଧି କରିବାର ଆବଶ୍ୟକତା ରହିଛି ।’

ତେବେ ସରକାର ଏପ୍ରିଲରେ ୧୩ ସଦସ୍ୟ ଭଡ଼ା ସଂଶୋଧନ କମିଟି ଗଠନ କରିଥିଲେ । ୩ ଚକିଆ ଯାନ ପାଇଁ କିଲୋମିଟର ପିଛା ୧ ଟଙ୍କା ଓ ଟ୍ୟାକ୍ସି ପାଇଁ ଭଡ଼ା ୬୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ସୁପାରିଶ କରିଛନ୍ତି ।

Get real time updates directly on you device, subscribe now.