fbpx

ଅଗ୍ନିପଥ ଯୋଜନା: ସ୍ଥଳସେନା ଓ ନୌସେନାରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଭାରତୀୟ ସ୍ଥଳସେନା ଓ ନୌସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନିପଥ ଯୋଜନା ଅନୁସାରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଗତକାଲି ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଟ୍ୱିଟ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାର ସୂଚନା ଦିଆଯାଇଛି । ଅଗ୍ନିବୀର ମାନେ ଭାରତୀୟ ସେନାରେ ନିଯୁକ୍ତ ହୋଇ ଦେଶର ସେବା କରିବା ସହ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ରେଜିଷ୍ଟ୍ରେସନ କରିପାରିବେ ବୋଲି ଟ୍ୱିଟ ମାଧ୍ୟମରେ କୁହାଯାଇଛି।

ସୂଚନାଥାଉ କି, କିଛିଦିନ ପୂର୍ବରୁ ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିଲା। ଅଗ୍ନିପଥ ଯୋଜନା ଅନୁସାରେ ସାଢେ ୧୭ରୁ ୨୧ ବର୍ଷର ଯୁବଗୋଷ୍ଠୀଙ୍କୁ ଚାରି ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ଯୋଗ ଦେବାର ନିଷ୍ପତ୍ତି ହୋଇଥିଲା। ପରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ହିଁ ନିୟମିତ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ଯୋଜନାକୁ ଭାରତର ଅନେକ ସ୍ଥାନରେ ବିରୋଧ କରାଯିବାରୁ ଅଗ୍ନିବୀରଙ୍କ ବୟସ ସୀମା ୨୧-୨୩ କୁ ବୃଦ୍ଧି କରାଯାଇଥିଲା। ସେହିପରି ଗତ ୨୪ ଜୁନରେ ଭାରତୀୟ ବାୟୁସେନା ପକ୍ଷରୁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.