fbpx

ଭୁବନେଶ୍ୱରକୁ ନୀଳଜହର ଚାଲାଣ ବେଳେ ୨ଜଣ ବେପାରୀଙ୍କୁ ଧରିଲା ପୁଲିସ, ୨୩ କିଲେ ଗଞ୍ଜେଇ ସହ ବାଇକ୍ ଜବତ

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ୨୩ କିଲୋ ଗଞ୍ଜେଇ ସହ ଏକ ସିବିଜେଡ୍‌ ଏଷ୍ଟ୍ରିମ୍‌ ମଟର ସାଇକେଲକୁ ଜବତ କରିଛି ଭଞ୍ଜନଗର ପୋଲିସ । ଏଥିସହ ଏଥିରେ ସଂପୃକ୍ତି ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋଟର୍ଚାଲଣ କରିଛି ।

ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ସଂଧ୍ୟାରେ ଭଞ୍ଜନଗର ଥାନା ସବଇନ୍ସିପେକ୍ଟର କେଶବ ଷଢଙ୍ଗୀ ପୋଲିସ ଷ୍ଟାପଙ୍କ ସହ ଦୁର୍ଗା ପ୍ରସାଦ ଇଲାକାରେ ପେଟ୍ରୋଲିଂ କରୁଥିବବେଳେ ସନ୍ଦେହଜନକ ଭାବେ ଗୋଟିଏ ମଟର ସାଇକେଲକୁ ଅଟକାଇଥଲେ । ଆଉ ପୋଲିସକୁ ଦେଖି ମଟରସାଇକେଲ ଆରୋହୀ ହଡବେଡଇଯିବା ସହ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଉକ୍ତ ମଟର ସାଇକେଲକୁ ଧରି ନେଇଥିଲେ । ପରେ ଏମାନେ ଧରିଥିବା ଏକ ବସ୍ତାକୁ ଚେକ୍‌ କଲାବେଳେ ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ମାଜେଷ୍ଟିଟଙ୍କ ଉପସ୍ଥିତିରେ ଏହାର ଓଜନ କରାଯିବାପରେ ମୋଟ ୨୩ କିଲୋ୨ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ପୋଲିସ ଏହି ଘଟଣାରେ ଜି.ଉଦୟଗିରି ଥାନା ଅନ୍ତଗର୍ତ ପେନାଲ ଗ୍ରାମର ସୂର୍ଯ୍ୟକାନ୍ତ ନାୟକ ଓ ମୁଶିର୍ଦାବାଦ ଥାନା ଇଲାକାର ବାମୁନିଆ ଗ୍ରାମର ପ୍ରକାଶ ମଣ୍ଡଳଙ୍କୁ ଗିରଫ କରି ରବିବାର କୋଟର୍ଚାଲଣ କରିଛି । ଜବତ ମୋଟର ସାେଇକଲର ନମ୍ବର- ଓଡି୦୬ଏ ୧୧୭୯ ବୋଲି ଜଣାପଡିଛି । ଥାନା କେଶ ନମ୍ବର- ୫୦୮/୨୧ ପ୍ରକାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏମାନେ ଫୁଲବାଣୀରୁ ଏହି ଗଞ୍ଜେଇ ଧରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ଅଭିଯୁକ୍ତମାନେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.