fbpx
BJD SKY
BJD SKY

୨୪ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ

BJD

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି । ଏନେଇ ସମସ୍ତ ଗାଡ଼ିଚଳାଚଳ ସହ ବଜାର ଘାଟ ବନ୍ଦ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ ଘୋଷଣା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ଏପରି ପଦକ୍ଷେପ ନିଆଯାଇଛି । ଏଠାରେ ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ରଖାଯାଇ, ଅନ୍ଦୋଳନ ସୃଷ୍ଟି ହୋଇଛି ।

ତେବେ ଏହି ବନ୍ଦକୁ ନେଇ ସହରବାସୀ ଓ ସ୍ଥାନୀୟ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି । ଏଠାରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ସହ ପିକେଟିଂ ମଧ୍ୟ ଚାଲୁ ରହିଛି । ୨୪ ଘଣ୍ଟିଆ ବନ୍ଦ ପାଇଁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୃତୟନ ହୋଇଛି ।

Get real time updates directly on you device, subscribe now.