fbpx

Video: ର‌୍ୟାମ୍ପ ୱାକ୍‌ର୍ରେ ସମୟରେ ଭାଙ୍ଗିଲା ଷ୍ଟେଜ୍‌, ୨୪ ବର୍ଷିଆ ମଡେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ: ନୋଏଡା ଫିଲ୍ମ ସିଟିର ଲକ୍ଷ୍ମି ଷ୍ଟୁଡିଓରେ ଏକ ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରବିବାର ମଧ୍ୟାହ୍ନ ସମୟରେ ଏଠାରେ ଏକ ର‌୍ୟାମ୍ପ ଉର୍କ ଚାଲିଥିବା ସମୟରେ ଷ୍ଟେଜ୍ ଉଡପରେ ଲାଗିଥିବା ଲାଇଟ୍ ଜଣେ ମଡେଲଙ୍କ ଉପରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗ୍ରେଟର ନୋଏଡାର ଦିବ୍ୟାଶଂ ଫ୍ଲୋରା ସୋସାଇଟିରେ ରହୁଥିବା ମଡେଲ ବଶିଂକା ଚୋପ୍ରା(୨୪)ଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ବବି ରାଜ ଗୁରୁତ୍ତର ଆହତ ହୋଇଛନ୍ତି। ୩୫ ବର୍ଷିୟ ବବିଙ୍କୁ ତୁରନ୍ତ ସ୍ଥାନୀୟ କୈଳାଶ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟନା ପରେ ତୁରନ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ପୋଲିସ ଏହିଘଟଣାରେ ଷ୍ଟୁଡିଓ ମ୍ୟାନେଜର, ସୋ ଅର୍ଗନାଇଜର ଏବଂ ଲାଇଟିଂ ଲଗାଇଥିବା କଣ୍ଟ୍ରାକ୍ଟରଙ୍କୁ ହେପାଜତରେ ନେଇଥିଲା। ଘଟଣା ସମୟରେ ଷ୍ଟଡିଓରେ ୩୦ ରୁ ଅଧିକ ଲୋକେ ଉପସ୍ଥିତ ଥିଲେ।

ଶକ୍ତି ଆୱସ୍ତି ଅତିରିକ୍ତ ଡେପୁଟି କମିଶନର ନୋଏଡା କହିଛନ୍ତି ଯେ ୨୪ ବର୍ଷ ବୟସ୍କା ଭାନଶିକା ଚୋପ୍ରା ଫିଲ୍ମ ସିଟିର ଏକ ଘରୋଇ ଷ୍ଟୁଡିଓରେ ଲାଇଟ୍ ଷ୍ଟାଣ୍ଡ ଖସିପଡିବା ପରେ ମୃତ୍ୟୁ ବରଣ କରିଥିଲା। ସେତେବେଳେ ଫ୍ୟାଶନ ସୋ ଚାଲିଥିଲା, ଏହି ଘଟଣାରେ ଅନ୍ୟ ଜଣେ ମଡେଲ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ ଚାରି ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ଘଟଣାର ଏବେ ତଦନ୍ତ ଚାଲିଛି।

Get real time updates directly on you device, subscribe now.