fbpx

ମହିଳାମାନେ ଗର୍ଭାବସ୍ଥାରେ କୋଲଡ୍ରିଙ୍କ ପିଉଥିଲେ ସାବଧାନ୍ ! ଭୋଗିପାରନ୍ତି ଏହି ସମସ୍ୟା

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ ମହିଳା ନିଜକୁ ଅବହେଳା କରି ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ ସେମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଏମିତି କିଛି ଖାଦ୍ୟପେୟ ଅଛି ଯାହାକୁ ଗର୍ଭାବସ୍ଥାରେ ଆଦୌ ଖାଇବା ଉଚିତ୍‌ ନୁହେଁ। କାରଣ ସେଭଳି ଖାଦ୍ୟ ମାଆ ଏବଂ ଗର୍ଭସ୍ଥ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ। ସବୁଠୁ କ୍ଷତିକାରକ ହେଉଛି ଗର୍ଭାବସ୍ଥାରେ ମୃଦୁପାନୀୟ ଗ୍ରହଣ କରିବା।

ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ମହିଳା ଗର୍ଭାବସ୍ଥା ସମୟରେ ଅଧିକ ପରିମାଣର ମୃଦୁପାନୀୟ ଗ୍ରହଣ କରିଛନ୍ତି; ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ପ୍ରସବ ପରେ ପିଲା ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଥାଏ।

ମୃଦୁପାନୀୟ ଗ୍ରହଣ କରିଥିବା ଗର୍ଭବତୀଙ୍କ ପିଲାଙ୍କଠାରେ ଶାସକ୍ରିୟାଜନିତ ସମସ୍ୟା ଦେଖାଦେଇଥାଏ। ମୃଦୁପାନୀୟଠାରୁ ଯେତେ ସମ୍ଭବ ଦୂରେଇ ରହିବା ଭଲ। ଗର୍ଭାବସ୍ଥା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ ମାଆ ଓ ପିଲା ଉଭୟ ସୁସ୍ଥ ରହିଥାନ୍ତି।

Get real time updates directly on you device, subscribe now.