fbpx
BJD SKY
BJD SKY

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି, ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଛାତ୍ରଛାତ୍ରୀ କରିବେ ଆବେଦନ

BJD

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବର୍ତ୍ତମାନ ଯୁକ୍ତ ୩ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯୁକ୍ତ ୩ ପାଇଁ ଅନଲାଇନ ଫର୍ମପୂରଣର ଆବେଦନ ପ୍ରକ୍ରିୟା ଜୁନ୍ ୧୯ ରୁ ଆରମ୍ଭ ହୋଇ ଜୁଲାଇ ୪ ଯାଏଁ ଚାଲିବ ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଜୁଲାଇ ୧୪ ତାରିଖରୁ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୨୭ ତାରିଖରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ସେହିପରି ତୃତୀୟ ପର୍ଯ୍ୟାୟର ମେଧା ତାଲିକା ଅଗଷ୍ଟ ୩ରେ ପ୍ରକାଶ ପାଇବ । ଏହାବ୍ୟତୀତ ଅଗଷ୍ଟ ୨୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ପଞ୍ଚମ ପର୍ଯ୍ୟାୟର ମେଧା ତାଲିକା ସେପ୍ଟେମ୍ବର ୧ ଏବଂ ସେପ୍ଟେମ୍ବର ୧୩ ତାରିଖରେ ଷଷ୍ଠ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Get real time updates directly on you device, subscribe now.