fbpx
BJD SKY
BJD SKY

ଦେଶରେ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ଲବ୍ ଅଗ୍ରୱାଲ

BJD

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟ୍ ରେ ଓମିକ୍ରନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଯୁଗ୍ମ ସଚିବ କହିଛନ୍ତି ଏଯାବତ୍ ଦେଶରେ ମୋଟ୍ ୨୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ରହିଥିଲା କହିଛନ୍ତି ଲବ୍ ଅଗ୍ରୱାଲ । ନଭେମ୍ବର ୨୪ ରେ ୨ଟି ଦେଶରେ ଓମିକ୍ରନ ଥିଲା, ଏବେ ୫୯ ଦେଶକୁ ବ୍ୟାପିଛି । ୫୯ ଦେଶରେ ମୋଟ୍ ୨୯୩୬ ଟି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯ ଦେଶରେ ୭୮,୦୫୪ ସନ୍ଦିଗ୍ଧ ନମୁନାର ଜିନମ୍ ସିକ୍ୟୁଏନସିଂ କରାଯାଉଛି ।

ସୂଚନାଯୋଗ୍ୟ, କରୋନା ଭାଇରସର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଆଣ୍ଟ ଡେଲ୍ଟା ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଭାରତ ସରକାର ମଧ୍ୟ ଏହି ଭାଇରସ ଠାରୁ ଲଢ଼େଇ ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

Get real time updates directly on you device, subscribe now.