fbpx
BJD SKY
BJD SKY

ସରକାରଙ୍କ ଏହି ଯୋଜନାରେ ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି, ଜାଣନ୍ତୁ କିପରି ଉଠାଇବେ ଫାଇଦା

BJD

ନୂଆଦିଲ୍ଲୀ : ଦେଶରେ ଲଗାତାର ବିଜୁଳି ଦର ବଢ଼ିବା ଯୋଗୁଁ ସମସ୍ତେ ଚିନ୍ତାରେ ବଢ଼ିଛନ୍ତି । ଭାରତରେ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ବହୁ ପରିମାଣରେ ବ୍ୟବହାର କରାଯାଉଛି । ଦେଶରେ କୋଇଲାର ଅଭାବ ସୃଷ୍ଟି ହୋଇଛି ବୋଲି କିଛିଦିନ ପୂର୍ବରୁ ଖବର ମିଳିଥିଲା । କିନ୍ତୁ ସରକାରଙ୍କ ଏପରି ଏକ ଯୋଜନା ରହିଛି, ଯେଉଁଥିରେ ଆପଣ ମାଗଣରେ ବିଜୁଳି ପାଇପାରିବେ । ଏହି ଯୋଜନା ଅଧିନରେ ଆପଣ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇପାରିବେ । ଏଥିପାଇଁ ସରକାର ଆପଣଙ୍କୁ ସରକାର ବି ସାହାର୍ଯ୍ୟ କରିବେ ।

ଏହି ଯୋଜନାର ନାଁ ହେଉଛି ‘ସୋଲାର ରୁଫଟପ୍ ସବସିଡି ଯୋଜନା’ । ଦେଶରେ ସୋଲାର ରୁଫଟପକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ସୋଲାର ରୁଫଟପ୍ ଯୋଜନା ରୁ କେନ୍ଦ୍ର ସରକାର ଦେଶରେ କେବେ ବି ଶେଷ ହେଉନଥିବା ଶକ୍ତି ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଉପଭୋକ୍ତମାନଙ୍କୁ ସୋଲାର ରୁଫଟପ୍ ଇଣ୍ଟଲେସନ ପାଇଁ ସବସିଡି ଦେଉଛନ୍ତି ।

ସୋଲାର ରୁଫଟପ୍ ସବିସିଡି ଯୋଜନା ଅଧିନରେ ଆପଣ ନିଜ ଘରର ଛାତ ଉପରେ ଏକ ସୋଲାର ରୁଫଟପ୍ ଲଗାଇ ବିଦ୍ୟୁତ୍ ପାଇଁ ହେଉଥିବା ଖର୍ଚ୍ଚକୁ ୩୦ରୁ ୫୦% କମାଇପାରିବେ । ସୋଲାର ରୁଫଟପରୁ ୨୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ମିଳିବ । ୫ରୁ ୬ ବର୍ଷ ମଧ୍ୟରେ ଆପଣ ଖର୍ଚ୍ଚର କ୍ଷତିପୂରଣ ପାଇପାରିବେ ଓ ଏହା ପରେ ଆଗାମୀ ୧୯ରୁ ୨୦ ବର୍ଷ ପର୍ଯ୍ୟନ୍ତ ସୋଲାରୁ ମାଗଣାରେ ବିଦ୍ୟୁତ୍ ପାଇପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ୪୦ ପ୍ରତିଶତର ସବସିଡି ମିଳିବ । ୧ କେଡବ୍ଲୁ ସୌର ଶକ୍ତି ପାଇଁ ୧୦ ବର୍ଗମିଟର ସ୍ଥାନର ଆବଶ୍ୟକ ହୋଇଥାଏ । ସୋଲାର ସବିସିଡି ଯୋଜନା ପାଇଁ ଆପଣ ବିଦ୍ୟୁତ ବିତରଣ କମ୍ପାନୀ ସହିତ ଯୋଗାଯୋଗ କରିପାରିବେ । ଅଧିକ ତଥ୍ୟ ପାଇଁ ଆପଣ mnre.gov.in ୱେବସାଇଟ୍ ଭିଜିଟ୍ କରିପାରିବେ ।

ଜାଣନ୍ତୁ ଆବେଦନ କରିବାକୁ ଟିପ୍ସ…

– ଅନଲାଇନରେ ଆବେଦନ କରିବା ପାଇଁ ପ୍ରଥମେ solarrooftop.gov.inକୁ ଯାଆନ୍ତୁ ।
– ବର୍ତ୍ତମାନ ହୋମପେଜରେ Apply for solar rooftop ପାଇଁ ଆବେଦନ ଉପରେ କ୍ଲିକ୍ କରନ୍ତୁ ।
– ଏହା ପରେ ଖୋଲିଥିବା ପେଜରେ ଆପଣଙ୍କୁ ନିଜ ରାଜ୍ୟର ଲିଙ୍କରେ କ୍ଲିକ୍ କରିବାକୁ ପଡିବ ।
– ଏବେ ସୋଲାର ରୁଫ୍ ଆବେଦନର ପେଜ୍ ଖୋଳିବ ।
– ଏଥିରେ ଥିବା ସମସ୍ତ ଆବେଦନଗୁଡିକ ପୂରଣ କରି ଆବେଦନପତ୍ର ଜମା କରନ୍ତୁ ।
– ଏହି ଉପାୟରେ ଆପଣ ସୋଲାର ରୁଫଟପ୍ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ ।
– ସୋଲାର ରୁଫଟପ୍ ସବସିଡି ଯୋଜନା ପାଇଁ ଆପଣ ଟୋଲ୍ ଫ୍ରି ନମ୍ବର ୧୮୦୦-୧୮୦-୩୩୩୩କୁ କଏ କରି ଅଧିକ ବିଷୟରେ ସୂଚନା ଜାଣିପାରିବେ ।

Get real time updates directly on you device, subscribe now.