fbpx
BJD SKY
BJD SKY

ରେଲୱେ ଗ୍ରୁପ୍ ‘ସି’ ପଦରେ ନିଯୁକ୍ତି ସୁଯୋଗ; ଏହିମାନେ କରନ୍ତୁ ଆବେଦନ

BJD

ଉତ୍ତର ମଧ୍ୟ ରେଳବାଇ ଗ୍ରୁପ୍ ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଆଶୟୀ ପ୍ରାର୍ଥୀ ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୫ ଡିସେମ୍ବର ୨୦୨୧ ରହିଛି ।

ଏନସିଆର ରେଲୱେ ପଦରେ ଆବେଦନ କରିବା ପାଇଁ ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏହା ସହ ଆଶାୟୀଙ୍କ ପାଖରେ ସମ୍ବନ୍ଧିତ ଖେଳରେ ରାଷ୍ଟ୍ରୀୟ କିମ୍ବା ଅନ୍ତରାଷ୍ଟ୍ରୀୟ ସ୍ପୋର୍ଟ୍ସ କୋଟା ରହଥିବା ଆବଶ୍ୟକ । ସେହିଭଳି ଟେକ୍ନିସିଆନ ପଦରେ ଆଶାୟୀ ୧୦ମ ପାସ୍ ହେବା ଦରକାର । ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କ ବୟସ ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ୧ ଜାନୁଆରୀ ୨୦୨୨ କୁ ଆଶାୟୀଙ୍କ ବୟସ ଗଣନା କରାଯିବ । ଅଫସିଆଲ ନୋଟିଫିକେସନ ଅନୁଯାୟୀ ଆଶାୟୀଙ୍କ ଆୟୁସୀମାରେ କୌଣସି ପ୍ରକାର ଛାଡ଼ ଦିଆଯାଇନାହିଁ । ଆଶାୟୀଙ୍କୁ ସ୍ପୋର୍ଟସ୍ କୋଟା ଆଦିର ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ଅନୁଯାୟୀ ଚୟନ କରାଯିବ ।

ଆଶାୟୀ ପ୍ରାର୍ଥୀ ଏହି ଲିଙ୍କ୍ ମାଧ୍ୟମରେ ଯାଇ ଅଫିସିଆଲ ନୋଟିଫିକେସନ ଦେଖିବା ସହ ଆବେଦନ ମଧ୍ୟ କରିପାରିବେ । https://www.rrcpryj.org/Sports-Quota.php

Get real time updates directly on you device, subscribe now.