fbpx
BJD SKY
BJD SKY

ଆପଣଙ୍କ ନାମରେ ରହିଛି କି ଏକାଧିକ ସିମ୍; ଜାଣନ୍ତୁ କଣ ରହିଛି TRAI ଗାଇଡଲାଇନ୍

BJD

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପ୍ରାୟ ସବୁ ପ୍ରକାର ଫୋନରେ ଡୁଆଲ୍ ସିମ ବ୍ୟବସ୍ଥା ରହିଛି । ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ନିଜ ନାମରେ ଏକାଧିକ ସିମ କାର୍ଡ କିଣୁଛନ୍ତି । ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନାମରେ ବହୁ ପରିମାଣର ସିମ କିଣାଯାଇଛି । ଗୋଟିଏ ନାମରେ ଯଦି ୯ରୁ ଅଧିକ ସିମ୍ କାର୍ଡ ରହିଥିବ ତେବେ ସେହି ସିମଗୁଡ଼ିକୁ ଟେଲିକମ୍ ବିଭାଗ ପୁଣି ଥରେ ଭେରିଫାଏ ବା ଯାଞ୍ଚ କରିବ । ୯ଟିରୁ ଯେତିକି ଅଧିକ ସିମ ଜଣେ ବ୍ୟକ୍ତିଙ୍କ ନାମରେ ଥିବ ସେଗୁଡ଼ିକୁ ଅଚଳ କରିଦିଆଯିବ ।

ଅବଶ୍ୟ ଏହା ପୂର୍ବରୁ ଗ୍ରାହକଙ୍କୁ ଏକ ବିକଳ୍ପ ପ୍ରଦାନ କରାଯିବ । କେଉଁ ସିମଗୁଡ଼ିକୁ ସେ ସକ୍ରିୟ ରଖିବାକୁ ଚାହୁଛନ୍ତି ତାହା ଜଣାଇପାରିବେ । ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜଣେ ବ୍ୟକ୍ତିଙ୍କ ନାମରେ ନାମରେ ୬ରୁ ଅଧିକ ସିମ କାର୍ଡ ଥିଲେ ସେଗୁଡ଼ିକୁ ପୁଣି ଭେରିଫାଏ କରାଯିବ । ଟେଲିକମ୍ ବିଭାଗ ଏହାର ଡାଟା ଆନାଲିଟିକ୍ସ ଜ୍ଞାନକୌଶଳକୁ ବ୍ୟବହାର କରି ଏକାଧିକ ସିମ୍ ରଖିଥିବା ଗ୍ରାହକଙ୍କୁ ଚିହ୍ନଟ କରିବ । ୯ଟିରୁ ଅଧିକ ନମ୍ବର ରଖିଥିବା ଗ୍ରାହକଙ୍କୁ ପୁଣି ଥରେ ସିମଗୁଡ଼ିକୁ ଭେରିଫାଏ କରିବାକୁ କୁହାଯିବ । ଯେଉଁ ଗ୍ରାହକ ଏହି କାମ କରିବାରେ ବିଫଳ ହେବେ ତାଙ୍କର ସବୁ ନମ୍ବରକୁ ଅଚଳ କରିଦିଆଯିବ । ଯେଉଁମାନେ ପୁନଃ ଯାଞ୍ଚ ବା ରିଭେରିଫିକେସନ କରିବାକୁ ଚାହିବେ ସେମାନଙ୍କୁ ପସନ୍ଦର ୯ଟି ନମ୍ବର ଜଣାଇବାକୁ କୁହାଯିବ ।

ଭେରିଫିକେସନ୍ ପ୍ରକ୍ରିୟା ଶେଷ ହେବା ପରେ ବଳକା ନମ୍ବରଗୁଡ଼ିକୁ ନିସ୍କ୍ରିୟ କରାଯିବ । ଦେଶରେ ଅର୍ଥôକ ଅପରାଧ, ଅବାଂଛିତ କଲ, ସ୍ୱୟଂକ୍ରିୟ କଲ୍ ଓ ଠକେଇ ମାମଲା ବୃଦ୍ଧି ପାଇଥିବାରୁ ମୋବାଇଲ ନମ୍ବରଗୁଡ଼ିକୁ ଭେରିଫାଏ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟେଲିକମ୍ ବିଭାଗ ସ୍ପଷ୍ଟ କରିଛି ଯେ ନିୟମ ଅନୁସାରେ ଯେଉଁ ନମ୍ବରଗୁଡ଼ିକ ବ୍ୟବହାର ହେଉନାହିଁ ସେଗୁଡ଼ିକୁ ଟେଲିକମ୍ କଂପାନି ୩୦ ଦିନ ଭିତରେ ବାତିଲ କରିବେ । ୪୫ ଦିନ ଭିତରେ ସେହି ନମ୍ବରରେ ଇନକମିଂ କଲ୍ ସୁବିଧା ବନ୍ଦ କରାଯିବ । ନିଜ ନାମରେ ୯ରୁ ଅଧିକ ସିମ୍ ରଖିଥିବା ଯେଉଁ ଗ୍ରାହକମାନେ ରିଭେରିଫିକେସନ୍ କରିବେ ନାହିଁ ସେମାନଙ୍କ ନମ୍ବରଗୁଡ଼ିକୁ ଡିସେମ୍ବର ୭ ପରେ ୬୦ ଦିନ ଭିତରେ ବନ୍ଦ କରିଦିଆଯିବ । ତେବେ ଦିବ୍ୟାଙ୍ଗ, ଆନ୍ତର୍ଜାତିକ ରୋମିଂରେ ଥିବା ବ୍ୟକ୍ତି କିମ୍ବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗ୍ରାହକଙ୍କୁ ଅଧିକ ୩୦ ଦିନର ସମୟ ଦିଆଯିବ । ଯଦି କୌଣସି ନମ୍ବରକୁ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା, କିମ୍ବା ଆର୍ଥôକ ଅନୁଷ୍ଠାନ ଅବା‚ିତ କଲ ବର୍ଗର ବୋଲି ଚିହ୍ନଟ କରିବେ ତେବେ ସେହି ନମ୍ବରକୁ ୫ ଦିନ ଭିତରେ ବନ୍ଦ କରିଦିଆଯିବ ।

Get real time updates directly on you device, subscribe now.