fbpx
BJD SKY
BJD SKY

ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ, ସାମ୍ନାକୁ ଆସିଲା ଭିଡିଓ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର) ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସ ହଙ୍ଗାମା କରିଥିଲେ । ବିଧାନସଭା ଫାଟକ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ । ଏହାରି ମଧ୍ୟରେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିକ୍ଷୋଭ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା । ପୋଲିସ ଉପରକୁ ମଧ୍ୟ କଂଗ୍ରେସ କର୍ମୀ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଏହା ସହ ବିକ୍ଷୋଭ ବେଳେ କିଛି କର୍ମୀଙ୍କୁ ପୋଲିସ ଉଠାଇନେଇଥିବା ଜଣାପଡିଛି । ତେବେ ପୋଲିସର ଲାଠିମାଡ଼ରେ କିଛି କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନବୀନଙ୍କ ନିର୍ଦ୍ଦେଶରେ ପୋଲିସ ପିଟିଥିବା ତାରା ବାହିନୀପତି କହିଛନ୍ତି । ତେବେ ଏହି ଧସ୍ତାଧସ୍ତିର ଭିଡିଓ ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ…

ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ପୁରା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଧାନସଭା ଘେରାଉ କରୁଛି ରାଜ୍ୟ ଛାତ୍ର କଂଗ୍ରେସ । ପୂର୍ବ ଘୋଷଣା ମୁତାବକ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସଭା କରିବା ପରେ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଉ କରିବାକୁ ଯାଉଥିଲେ ଛାତ୍ର କଂଗ୍ରେସ ।

 

Get real time updates directly on you device, subscribe now.