fbpx
BSKY
BJD MC SKY
BJD MS SKY

ଆସନ୍ତାକାଲିଠାରୁ SBIର ଇଣ୍ଟରନେଟ ବ୍ୟାଙ୍କିଂ, YONO, YONO Lite, UPI ଆଦି ସେବା ବନ୍ଦ ରହିବ: ଜାଣନ୍ତୁ କେଉଁ କେଉଁ ସମୟରେ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୪୪ କୋଟି ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମନାକୁ ଆସିଛି । ଆସନ୍ତାକାଲି ଏସବିଆଇର କିଛି ଜରୁରୀ ସେବା ବନ୍ଦ ରହିବ । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସମାପ୍ତ କରିଦେବାକୁ କୁହାଯାଇଛି । ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଟ୍ୱିଟ୍ ମାଧ୍ୟମରେ ଜଣାଇ ଦିଆଯାଇଛି ।

ସୂଚନା ମୁତାବକ, ଆସନ୍ତା ଶନିବାର ଓ ରବିବାର ଇଣ୍ଟରନେଟ ବ୍ୟାଙ୍କିଂ ସେବା ବନ୍ଦ ରହିବ । ରାତି ୧୧.୩୦ରୁ ସକାଳ ୪.୩୦ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଉପଲବ୍ଧ ହୋଇପାରିବ ନାହିଁ । ତେଣୁ ଗ୍ରାହକମାନେ ୧୧ ଡିସେମ୍ବର ମଧ୍ୟରାତ୍ରି ପୂର୍ବରୁ ସମସ୍ତ ଜରୁରୀ କାର୍ଯ୍ୟ ସାରିଦେବା ଉଚିତ୍ । ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ ବ୍ୟାଙ୍କିଂ ସର୍ଭିସ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ, ୟୁପିଆଇ ଆଦି ସାମିଲ୍ ରହିଛି । ଏସବିଆଇର ବ୍ୟାଙ୍କିଂ ସର୍ଭିସର ବ୍ୟବହାର ୮ କୋଟିରୁ ଅଧିକ ଗ୍ରାହକ କରୁଥିବା ବେଳେ ପ୍ରାୟ ୨ କୋଟି ମୋବାଇଲ ବ୍ୟାଙ୍କିଂ କରୁଛନ୍ତି । ୟୋନୋରେ ପଞ୍ଜୀକୃତ ହୋଇଥିବା ମୋଟ ୩.୪୫ କୋଟି ଗ୍ରାହକଙ୍କ ମଧ୍ୟରୁ ଦୈନିକ ପ୍ରାୟ ୯୦ ଲକ୍ଷ ଗ୍ରାହକ ଏଥିରେ ଲଗ୍ ଇନ୍ କରନ୍ତି । ସୂଚନାଯୋଗ୍ୟ ଯେ, ଏସବିଆଇର ସମଗ୍ର ଦେଶରେ ୨୨ ହଜାରରୁ ଅଧିକ ଶାଖା ଓ ୫୭ ହଜାର ୮୮୯ରୁ ଅଧିକ ଏଟିଏମ୍ ରହିଥିବା ବେଳେ ଏହା ଦେଶର ସବୁଠାରୁ ବଡ଼ ନେଟୱାର୍କର ମାନ୍ୟତା ପାଇଛି ।

Get real time updates directly on you device, subscribe now.