fbpx

ରାଜ୍ୟରେ ଖାଲି ପଡ଼ିଛି ୧୦୫୫ RI ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଲିପଡ଼ିଛି ୧୨ଟି ତହସିଲଦାର ପଦ । ଏହା ସହିତ ରାଜ୍ୟରେ ୧୨୮ଟି ଅତିରିକ୍ତ ତହସିଲଦାର ପଦ ଖାଲି ପଡ଼ିଛି । ସେହିପରି ୧ ହଜାର ୫୫ ରାଜସ୍ୱ ନିରୀକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ଦେଇଛନ୍ତି ।

ଏହା ସହ ରାଜ୍ୟରେ ୧୫ ହଜାର ୩୧୫ଟି ଏମଏସଏମଇ ବନ୍ଦ ହୋଇଛି । ଫଳରେ ୧ ଲକ୍ଷ ୨୯ ହଜାର ୯୫୦ କର୍ମଚାରୀ କାମ ହରାଇଛନ୍ତି । ରାଜ୍ୟର ୭ଟି ବୃହତ ଶିଳ୍ପର ଉତ୍ପାଦନ ବନ୍ଦ ରହିଛି । ଏନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ଦିବ୍ୟଶଙ୍କର ଉତ୍ତର ଦେଇଛନ୍ତି ।

Get real time updates directly on you device, subscribe now.