fbpx
BJD SKY
BJD SKY

ପଞ୍ଚଭୂତରେ ବୀଲିନ ହେଲେ CDS ବିପିନ ରାୱତ

BJD

ନୂଆଦିଲ୍ଲୀ: ଚପର କ୍ରାସରେ ପ୍ରାଣ ହରାଇଥିବା ଭାରତର ସେନା ପ୍ରମୁଖ(ସିଡିଏସ୍)ଙ୍କ ଅନ୍ତିମ ସଂସ୍କାର ସମାପ୍ତ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କର ମଧ୍ୟ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ କ୍ରିତିକା ଓ ତାରିଣୀ ମୁଖାଗ୍ନି ଦେବା ସହିତ ଦିଲ୍ଲୀର ବ୍ରାର ସ୍କେ୍ୱୟାରରେ ପଞ୍ଚଭୂତରେ ବୀଲିନ ହୋଇଛନ୍ତି ସିଡିଏସ୍ ।

ସିଡିଏସଙ୍କୁ ୧୭ ତୋପ ସଲାମୀ ଦିଆଯାଇଥିବା ବେଳେ ଗୋଟିଏ ଯୁଇରେ ଜେନେରାଲ ଓ ମଧୁଲିକାଙ୍କୁ ସ୍ଥାନ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ୮୦୦ରୁ ଅଧିକ ସେନାଧିକାରୀ ଯୋଗ ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସିଡିଏସ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.