fbpx

ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ : ୨୫ କେଜ ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି (ଭାସ୍କର ନ୍ୟୁଜ୍):  ଏକ ବାଇକ୍‌ରେ ୨୫ କିଲେରୁ ଅଧିକ ଓଜନର ଗଞ୍ଜେଇକୁ ବ୍ରହ୍ମପୁର ଚୋରାଚାଲାଣ ବେଳେ ଯୁବକଙ୍କୁ ଧରିଲା ଦାରିଙ୍ଗବାଡ଼ି ପୋଲିସ। ଗଞ୍ଜେଇ ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତ ଅଜିତ ଦଳେଇ(୨୩)କୁ ପୁଲିସ ଗରିଫ କରିବା ପରେ କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା କଉଡ଼ିଆ ବୋଲି ଜଣାପଡିଛି।

ସୂଚନା ମୁତାବିକ, ଅଜିତ ଦଳେଇ ଏକ ବାଇକ ଯୋଗେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଞ୍ଚଳରୁ ଚୋରାଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ପୋଲିସ ଶ୍ରାନିକେତାର ଆମ୍ବ ଖାଲିଆ ଘାଟିରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଦୁର୍ବୁତ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଏନେଇ ପୋଲିସ ମାମଲା ନଂ ୧୪୬/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.