fbpx

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୨୫% ଓଡ଼ିଆଙ୍କ ପାଇଁ ସ୍ଥାନ ସଂରକ୍ଷଣ

କଟକ, ୪ା୧(ଓଡ଼ିଶା ଭାସ୍କର): କଟକ ଏନଏଲୟୁରେ ଓଡ଼ିଆଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଥିବା ନିଷ୍ପତ୍ତି ନିଆଯାଇଛି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୨୫% ସ୍ଥାନ ସଂରକ୍ଷଣ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂରକ୍ଷଣ ନେଇ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ୟୁଜି ପାଇଁ ଦ୍ୱାଦଶ ବା +୨ ରେ ୬୦% ନମ୍ବର ଥିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ପିଜି ପାଇଁ BALLB, BBALLB ବା LLBରେ ୫୦% ନମ୍ବର ଆବଶ୍ୟକ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ୨୫% ଆସନ ସଂରକ୍ଷଣ ପାଇଁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।

Get real time updates directly on you device, subscribe now.