fbpx
BJD SKY
BJD SKY

୨୬/୧୧ ହମଲା: ଆତଙ୍କବାଦୀ କସାବର ଫୋନ୍ ନଷ୍ଟ କରିଥିଲେ ପରମବୀର ସିଂହ! ପୂର୍ବତନ ଏସିପି ଶମଶେର୍ ଖାନ୍ ଆଣିଲେ ଅଭିଯୋଗ

BJD

ମୁମ୍ବାଇ: ୨୬/୧୧ ମୁମ୍ବାଇ ହମଲାର ଘଟଣାର ଦୁଃଖ ଆଜିବି ତାଜା ରହିଛି । ସେହି କାଳରାତ୍ରିର କଥା ମନେ ପଡ଼ିଲେ ଆଜିବି ଲୋମଟାଙ୍ଗୁରୀ ଉଠେ । ତେବେ ଆଜି ଏହି ଆକ୍ରମଣକୁ ୧୩ ବର୍ଷ ପୂରିଛି । ତେଣୁ ଏହି ହମଲାରେ ସହିଦ୍ ହୋଇଥିବା ଯବାନମାନଙ୍କୁ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି । ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୋଲିସ୍ ଆୟୁକ୍ତଙ୍କୁ ଲେଖାଯାଇଥିବା ଏକ ଚିଠିରେ ପୂର୍ବତନ ଏସିପି ଶବଶେର୍ ଖାନ୍ ପଠାନ ଏକ ଦାବି କରିଛନ୍ତି । ସେ ତତ୍କାଳୀନ ଡିଆଇଜି ଏଟିଏସ୍ ପରମବୀର ସିଂହଙ୍କ ଉପରେ ବଡ଼ ଆରୋପ ଲଗାଇଛନ୍ତି । ଶମଶେର ଖାନ୍ ଦାବି କରିଛନ୍ତି ଯେ, ୧୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀ ଅଜମଲ କସାବର ଫୋନ୍ କୁ ଜବତ କରିଥିଲେ, କିନ୍ତୁ ତାକୁ ପ୍ରମାଣ ରୂପରେ ଯାଞ୍ଚ ପାଇଁ ଦିଆଯାଇନଥିଲା । ପରମବୀର ସିଂହ ଉକ୍ତ ଫୋନ୍ ଟିକୁ ନଷ୍ଟ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ପୂର୍ବରୁ ହିଁ ଚୋରା ଚାଲାଣ ଅଭିଯୋଗରେ ଫସିରହିଛନ୍ତି । ତାଙ୍କୁ ଗତ ୬ ଘଣ୍ଟା ଧରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପଚରାଉଚରା କରିଛି। ବର୍ତ୍ତମାନ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସନ୍ଦେହଜନକ କାର୍ୟ୍ୟକଳାପକୁ ନେଇ ପରମବୀରଙ୍କ ସମସ୍ୟା ବଢ଼ିପାରେ । ଜୁଲାଇ ୨୦୨୧ ରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଥିବା ଏକ ଚିଠିରେ ଅବସରପ୍ରାପ୍ତ ଏସିପି ଶମଶେର ଖାନ୍ ପଠାନ ଆତଙ୍କବାଦୀଙ୍କ ସହ ମିଶି କାମ କରୁଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ପରମବୀରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

 

Get real time updates directly on you device, subscribe now.