fbpx

ଭିଜିଲାନ୍ସର ଟପ୍-୭ ରେଡ୍: ୪୧ ଲକ୍ଷ ସହିତ ସବୁଠୁ ଆଗରେ ସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ସନ୍ତୋଷ ଦାସ । ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ସନ୍ତୋଷ ଦାସ ରେକର୍ଡ କରିଛନ୍ତି । ଘର ନଗଦ ଟଙ୍କା ମିଳିବାରେ ସମସ୍ତଙ୍କୁ ଟପିଯାଇଛନ୍ତି ସନ୍ତୋଷ ଦାସ । ତାଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି ଭିଜିଲାନ୍ସ । ଘରୁ ନଗଦ ଟଙ୍କା ଜବତ ହେବାର ଟପ୍ ୭ ଜଣଙ୍କ ତାଲିକା ଭିଜିଲାନ୍ସ ଆଜି ଦେଇଛି । ସନ୍ତୋଷଙ୍କ ତଳକୁ ୨ ନମ୍ବରରେ ରହିଛନ୍ତି ଓପିଏଚଡବ୍ଲୁସିର ପ୍ରତାପ ସାମଲ । ପ୍ରତାପ ସାମଲଙ୍କ ଘରୁ ନଗଦ ୩୮ ଲକ୍ଷ ଠାବ କରାଯାଇଛି । ସେହିପରି ତୃତୀୟରେ ରହିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆରଓ ନରୋତ୍ତମ ବେହେରାଙ୍କୁ ଘରୁ ଜବତ ହୋଇଛି ୧୬.୫୦ ଲକ୍ଷ, ଚତୁର୍ଥରେ ଭବାନୀପାଟଣା ସ୍ପେଶାଲ ପିପି ଆଣୁତୋଷ ମିଶ୍ର ୧୫.୬୦ ଲକ୍ଷ, ପଞ୍ଚମରେ ବାଲିଗୁଡ଼ା ପିଏ ଆଇଟିଡିଏ ମୁଖ୍ୟ କିରାଣି ବସନ୍ତ ପାଣି ୧୩.୨୫ ଲକ୍ଷ, ଷଷ୍ଠରେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ସଚିବ ବିରଞ୍ଚି ସାହୁ ୧୨.୪୬ ଲକ୍ଷ ଓ ସପ୍ତମରେ ରହିଛନ୍ତି ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ ୧୦.୦୭ ଲକ୍ଷ ।

Get real time updates directly on you device, subscribe now.