fbpx
BJD SKY
BJD SKY

ଆସନ୍ତା ୩ ମାସ ମଧ୍ୟରେ କରୋନା ନେବ ୭ ଲକ୍ଷ ଜୀବନ: ଭାରତକୁ ଗତ ଏପ୍ରିଲ-ମେର ଅବସ୍ଥା ପୁଣି ଫେରିବ-ରିପୋର୍ଟ

BJD

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରୁ ବିଦାୟ ନେବାର ନାଁ ଧରୁନାହିଁ । ତେବେ ମହାମାରୀ ଦୁର୍ବଳ ହୋଇ ଯାଇଛି, ଏହା ଭାବିବା ଜନତାଙ୍କ ପାଇଁ ବୋକାମି ଛଡ଼ା ଆଉ କିଛି ନୁହେଁ । ଇତିମଧ୍ୟରେ ବ୍ରିଟେନ, ଜର୍ମାନୀ, ବେଲଜିୟମ, ପୋଲାଣ୍ଡ, ନେଦରଲାଣ୍ଡ, ଅଷ୍ଟ୍ରିଆ, ଗ୍ରୀସ୍ ଭଳି ୟୁରୋପୀୟ ଦେଶରେ ତାଣ୍ଡବଲୀଳା ଆରମ୍ଭ ହୋଇଗଲାଣି । ଆଗକୁ ଆସୁଥିବା ଶୀତଦିନିଆ ଛୁଟି, ବଡ଼ଦିନ ଓ ନୂଆବର୍ଷରେ ୟୁରୋପରେ ଜାକଜମକରେ ପାଳନ ହୋଇଥାଏ । ଏହି ସମୟରେ ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଗଲେ ସଂକ୍ରମଣ ବୃଦ୍ଧି ପାଇବା ସୁନିଶ୍ଚିତ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ କରିବାକୁ ଚେତାବନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରେସସ୍ ।

ତେବେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ୟୁରୋପରେ କୋଭିଡ-୧୯ରେ ୭ ଲକ୍ଷ ଲୋକ ମୃତ୍ୟୁବରଣ କରିବେ ବୋଲି ହୁ ପୂର୍ବାନୁମାନ କରିଛି । ଗତ ସେପ୍ଟେମ୍ବର ମାସ ପରଠାରୁ ଦୈନିକ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି । ବର୍ତ୍ତମାନ ଡେଲଟାର ନୂଆ ଭାରିଆଣ୍ଟ ୟୁରୋପ ଭୂଖଣ୍ଡ ସହ ଏସିଆର ୫୩ଟି ରାଷ୍ଟ୍ରରେ କାୟା ବିସ୍ତାର କରିସାରିଲାଣି । ଭାରତରେ ଗତ ଏପ୍ରିଲ-ମେ ମାସରେ ପରିସ୍ଥିତି ଯେଭଳି ଭାବେ ଅଣାୟତ୍ତ ହୋଇପଡ଼ିଥିଲା, ତା’ଠାରୁ ଅଧିକ ଜଟିଳ ହେବାର ସମ୍ଭାବନା ରହିଛି । ଅଧିକାଂଶ ଦେଶ ଏବେ ବିମାନ ଚଳାଚଳ କଟକଣା ହଟାଇ ଦେଇଥିବାରୁ ମହାମାରୀ ସହଜରେ ସମଗ୍ର ବିଶ୍ୱକୁ ଏବେ କାବୁ କରିବାରେ ସକ୍ଷମ ହୋଇ ପାରିବ । ଗତ ମାସକ ମଧ୍ୟରେ ୟୁରୋପରେ ୬୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଯେ ବିଶ୍ୱ କରୋନାରୁ ମୁକୁଳିବାକୁ ଯାଉଛି ଏହି ଧାରଣା ଜନମାନସରୁ ଯେତେ ଶୀଘ୍ର ସରକାର ହଟାଇବାରେ ସକ୍ଷମ ହେବେ, ବୋଧହୁଏ ଲୋକମାନେ ସେତେ ଅଧିକ ସଚେତନ ହେବେ ।

Get real time updates directly on you device, subscribe now.