fbpx

ଡିସେମ୍ବର ୪ରେ ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଦେଖାଯିବ?

ନୂଆଦିଲ୍ଲୀ: ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ ୪ ଡିସେମ୍ବର ୨୦୨୧ ରେ ଅର୍ଥାତ୍ ଶନିବାର ଦିନ ଲାଗିବାକୁ ଯାଉଛି । ଏହା ଚନ୍ଦ୍ରଗ୍ରହଣର ଠିକ୍ ୧୫ ଦିନ ପରେ ପଡିବ । ଏହା ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ । । ସୂର୍ଯ୍ୟପରାଗ ସର୍ବଦା ଚନ୍ଦ୍ର ଗ୍ରହଣରର ୨ ସପ୍ତାହ ପୂର୍ବରୁ ବା ପରେ ପଡିଥାଏ । ଏହି ସୂର୍ଯ୍ୟପରାଗ ଆଂଶିକ ଓ ଏହାର ସୂତାକ କାଳ ବି ବୈଧ ନୁହେଁ । ଏହି ସୂର୍ଯ୍ୟପରାଗ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ଦିନ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ସୂର୍ଯ୍ୟପରାଗ ସମୟରେ ୨ଟି ବଡ଼ ଗ୍ରହ ବୁଧ ଓ ଚନ୍ଦ୍ରମା ବି ଅସ୍ତ ହେବେ, ଫଳରେ କେତେକ ରାଶି ଉପରେ ଏହାର ଖରାପ ପ୍ରଭାବ ପଡିପାରେ ।

ସୂର୍ଯ୍ୟପରାଗ ଡିସେମ୍ବର ୪ ରେ ଭାରତୀୟ ସମୟ ଅନୁସାରେ, ସକାଳ ୧୧ ଟାରୁ ଆରମ୍ଭ ହୋଇ ଦ୍ୱିପହର ୩ଟା ୭ମିନିଟରେ ସମାପ୍ତ ହେବ । ଏହି ସୂର୍ଯ୍ୟପରାଗ ଆଣ୍ଟାର୍କଟିକା, ଦକ୍ଷିଣ ଆଫ୍ରିକା, ଆଟଲାଣ୍ଟିକର ଦକ୍ଷିଣ ଭାଗ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ । ଭାରତ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୧ ବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟପରାଗ କାର୍ତ୍ତିକ ମାସର ଅମାବାସ୍ୟାରେ ବିଛା ରାଶି ଓ ଅନୁରାଧା ନକ୍ଷତ୍ରରେ ଲାଗିବ । ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ।

Get real time updates directly on you device, subscribe now.