fbpx

ଆବାସିକ ସ୍କୁଲର ୨୬ ଛାତ୍ରୀ କରୋନା ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ଆବାସିକ ଆଦିବାସୀ ବାଳିକା ସ୍କୁଲର ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ର ଚମକପୁର ଆଦିବାସୀ ବାଳିକା ସ୍କୁଲରୁ ଏହି ୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଆକ୍ରାନ୍ତ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । କହିବାକୁ ଗଲେ ବର୍ତ୍ତମାନ ପୁଣିଥରେ କରୋନା ଦ୍ରୁତ ଭିତରେ ବ୍ୟାପିବାକୁ ଲାଗିଲାଣି । କାରଣ ଏହା ପୂର୍ବରୁ ମଧ୍ୟ ସ୍କୁଲରୁ ଏହିପରି ଭାବରେ ଏକାଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ କରୋନାର ନୁତନ ଭାରିଆଣ୍ଟ ଆସୁଥିବା ଯୋଗୁଁ ଭୟର ବାତାବରଣ ରହିଛି ।

Get real time updates directly on you device, subscribe now.