fbpx

ଟିଟିଲାଗଡ଼ରେ ସେକ୍ସ ରାକେଟ୍ ଠାବ: ୩ ଯୁବତୀଙ୍କ ସହ ଗ୍ରାହକ ଓ ଦଲାଲ ଗିରଫ

ଶଗଡ଼ଘାଟ (ଭାସ୍କର ନ୍ୟୁଜ୍):  ଶଗଡ଼ଘାଟ  ଆଇଟିଆଇ ନିକଟରେ ଚାଲିଥିଲା ସେକ୍ସ ରାକେଟ। ବିଶେଷ ସୂତ୍ରରୁ ଖବର ପାଇ ରେଡ କଲା ପୋଲିସ ଟିମ୍। ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ଯୁବକ-ଯୁବତୀ। ଏଭିଳି ଘଟଣା ଟିଟିଲାଗଡ଼ ବ୍ଳକ ଶଗଡ଼ଘାଟ ଦୈନିକ ବଜାର ଅଞ୍ଚଳରେ ଘଟିଛି।  ୩ ଯୁବତୀଙ୍କ ସହ ୨ ଯୁବକଙ୍କୁ ରେଡ଼ ବେଳେ ପୋଲିସ ହାବୁଡ଼ରେ ଧରାପଡିଛନ୍ତି।

ସୂଚନା ମୁତାବିତ, ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ସ୍ଥିତ ଦୈନିକ ବଜାର ନିକଟରେ କିଛି ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସ୍ଥାନୀୟ ପୋଲିସ ଟିମ୍ ହଠାତ୍ ସେଠାରେ ଚଢ଼ଉ କରିବାରୁ ଆପତ୍ତିଜନକ ଅବସ୍ଥାରେ ୩ ଯୁବତୀଙ୍କ ସହ ୨ ଯୁବକଙ୍କୁ ଗିରଫ କରିଥିଲା। ଜଣେ ଗ୍ରାହକ ଓ ଜଣେ ଦଲାଲକୁ ଠାବ କରାଯାଇଥିଲା। ୩ ଯୁବତୀଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହଜାର କରାଯାଇ ତାଙ୍କୁ ଛାଡ଼ି ଦେଇଥିବା ବେଳେ ଯୁବକଙ୍କୁ କୋର୍ଟ ଚାଲଣା କରାଯାଇଛି । ଏହି ଯୁବତୀମାନେ ଭୁବନେଶ୍ୱର ଓ ବୌଦ୍ଧ ଅଞ୍ଚଳର ବୋଲି ପୁଲିସ ସୂଚନା ମିଳିଛି।

 

Get real time updates directly on you device, subscribe now.