fbpx

ସଡ଼କ ଦୁର୍ଘଟଣାରେ ୩ ମୃତ, ୯ ଆହତ

ବାଲୁଗାଁ(ଓଡ଼ିଶା ଭାସ୍କର): ବାଲୁଗାଁ ବେଲପଡ଼ା ଛକ ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୯ଜ ଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯେ, ଏମାନେ ଘଟଗାଁ ତାରିଣୀରୁ ପିକନିକ୍ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି । ଘଟଗାଁ ତାରିଣୀରୁ ବ୍ରହ୍ମପୁରର ଗୋପାଳପୁରରୁ ଫେରୁଥିଲେ । ବାଟରେ ବସ୍ ଟି ଛିଡ଼ା ହୋଇଥିବା ବେଳେ ପଛରୁ ଏକ ଟ୍ରକ୍ ପିଟିଦେଇଥିଲା । ଯାହାଫଳରେ ବସ୍ ଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.