fbpx

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ: ୩ ଦେଶର ଫେରନ୍ତାଙ୍କ ପାଇଁ ୧୦ ଦିନିଆ ସଙ୍ଗରୋଧରେ ରଖିବାକୁ ଆଡ଼ଭାଇଜରୀ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ଦକ୍ଷିଣ ଆଫ୍ରିକା, ବୋସୱାନା ଓ ହଂକଂରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି । ଏସମ୍ପର୍କରେ ଡ଼ିଏମ୍‌ଇଟି ରମା ରମଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଏହି ୩ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର ଏବଂ ଡବ୍ଲ୍ୟୁଏଚ୍‌ଓ ଏହାକୁ ନେଇ ସତର୍କ କରାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ଥିର ରହିଛି । ନୂଆ ଭାରିଏଣ୍ଟ ଦେଖାଦେଇଥିବା ଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ଜାରି ହେବା ଉଚିତ । ସେମାନଙ୍କୁ ଅତି କମ୍‌ରେ ୧୦ଦିନ ସଙ୍ଗରୋଧରେ ରଖିଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଡିଏମ୍‌ଇଟି କହିଛନ୍ତି ।

Get real time updates directly on you device, subscribe now.