ଧଳାଜହର ଡିଲ୍ ବେଳେ ମାଡ଼ି ବସିଲା ପୋଲିସ: ୪ ବେପାରୀ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ପୋଡାଡିହ ଗାଁ ନିକଟରେ ଧଳାଜହର ଡିଲ୍ ବେଳେ ମାଡ଼ି ବସିଲା ପୋଲିସ। ୨୭ ଗ୍ରାମ ବ୍ରାଉନ ସୁଗର ଜବତ।  ୪ ବେପାରୀ ଗିରଫ। ବ୍ରାଉନ ସୁଗର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ।

ସୂଚନା ମୁତାବିକ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ମା ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନସୁଗର ବେପାର ହେଉଥିବାର ପୋଲିସ ନିକଟରେ କୌଣସି ସୂତ୍ରରୁ ଖବର ପହଞ୍ଚିଥିଲା । ଏ ନେଇ ବାଘମାରୀ ଥାନା ଉପନିରୀକ୍ଷକ ବ୍ରହ୍ମାନନ୍ଦ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ପୋଡାଡିହ ଗ୍ରାମର ଚିନ୍ମୟ କୁମାର ବାଡି ଓରଫ ଚିନୁ ,ଅଜୟ କୁମାର ସାଥୁଆ,ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଓରଫ କାଳିଆ ଓ ବେଗୁନିଆ ଥାନା ବଡବେରଣା ଗ୍ରାମର ଧରଣୀଧର ମହାପାତ୍ର ଓରଫ ମିଠେଇ ପ୍ରମୁଖ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଅଭିଯୁକ୍ତ ମାନଙ୍କ ଠାରୁ ୨୬.୭୭ ଗ୍ରାମ ବ୍ରାଉନ ସୁଗର ଯାହାର ଆନୁମାନିକ ୨ ଲକ୍ଷ ୫୦ ହଜାର ଟଙ୍କା,୫୦ଟି ରଙ୍ଗୀନ ପେପର,୫ ଟି ମୋବାଇଲ ଫୋନ ଓ ୨ ଟି ବାଇକ ଯଥା (ଓଆର ୦୫ଏଭି ୬୧୫୫) ନମ୍ବର ବିଶିଷ୍ଟ ବାଜାଜ ଡିକ୍ସଭର,(ଓଡି୦୨ଏଭି୨୭୯୨)ନମ୍ବର ବିଶିଷ୍ଟ ହିରୋ କମ୍ପାନୀର ଗ୍ଲାମରକୁ ଜବତ କରାଯାଇଛି ।