fbpx
BSKY
BJD MC SKY
BJD MS SKY

କଂଗ୍ରେସର ଆଉ ଏକ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଏହା ମଧ୍ୟରେ କଂଗ୍ରେସ ପୁଣି ଏକ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି । ହରିୟାଣା, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ପାଇଁ ୪ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ହରିୟାଣାର ଗୁରଗାଓଁରେ ରାଜ ବବର, ହିମାଚଳ ପ୍ରଦେଶର କାଙ୍ଗ୍ରାରେ ଆନନ୍ଦ ଶର୍ମା ଓ ହାମିରପୁରରେ ସତପାଲ ରାଇଜାଦା, ମହାରାଷ୍ଟ୍ରର ମୁମ୍ବାଇ ନର୍ଥ ଆସନରେ ଭୂଷଣ ପାଟିଲଙ୍କୁ ପ୍ରାର୍ଥୀ କରାଯାଇଛି ।

Get real time updates directly on you device, subscribe now.