fbpx
BSKY
BJD MC SKY
BJD MS SKY

OSSSC ପକ୍ଷରୁ ସୂଚନା: ୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦର ଆବେଦନ ତାରିଖ ପୁଣି ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ଥରେ ତାରିଖ ବଦଳିଥିବା ବେଳେ ଏବେ ପୁଣି ଥରେ ଉକ୍ତ ତାରିଖ ଘୁଞ୍ଚିଛି । ପ୍ରଥମେ ଏପ୍ରିଲ ପହିଲାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବାର ଥିଲା । ତା’ପରେ ମେ ପହିଲାରୁ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବା ନେଇ ସ୍ଥିର ହୋଇଥିଲା । ମାତ୍ର ଏବେ ପୁଣି ଥରେ ଆବେଦନ ତାରିଖ ବଦଳିଛି । ଓଏସଏସଏସସିର ବିଜ୍ଞପ୍ତି ମୁତାବକ, ଜୁନ ୧୨ରୁ ଅନଲାଇନ୍ ରେଜିଷ୍ଟ୍ରେସନ / ପୁନଃ-ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଜୁଲାଇ ୭ରେ ସରିବ । ସେହିପରି ଜୁଲାଇ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ କରାଯିବ । ଆଶାୟୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।

ଲିଙ୍କ: https://www.osssc.gov.in/Docs/TGT-APPLICATION-RESCHEDULE-734.pdf

Get real time updates directly on you device, subscribe now.