fbpx
BSKY
BJD MC SKY
BJD MS SKY

WhatsAppରେ Meta AI କୁ କିପରି ପଚାରିବେ ପ୍ରଶ୍ନ? ଜାଣନ୍ତୁ ବ୍ୟବହାର କରିବାର ପୁରା ପ୍ରୋସେସ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ଏଆଇର ଅନେକ ଅପସନ ପ୍ରସ୍ତୁତ କରିଛିି । ଏହି ଟେକ୍ନୋଲୋଜୀ ଉପଲବ୍ଧ ମଧ୍ୟ କରୁଛି । ଏହାରି ସାହାଯ୍ୟରେ ଆପଣ ଏଅଇ ବ୍ୟବହାର କରିପାରିବେ ଯେତେବେଳେ କି ହ୍ୱାଟ୍ସଆପ, ଏଆଇର ଇନଷ୍ଟାଗ୍ରାମ ଏବଂ ଏହାକୁ ଆପରେ ବ୍ୟବହାର କରିବା ଲାଗି ସୁବିଧା ଦେଇଥାଏ । ହ୍ୱାଟ୍ସଆପର ଏହି ଫିଚର ଲୋକଙ୍କୁ ଦୁନିଆ ସହ ଯୋଡିବାକୁ ସକ୍ଷମ ହେବ । ଏହି ସାହାଯ୍ୟରେ ଆପଣ କଠିନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବେ । ଏହି ଫିଚର କେବଳ କିଛି ଦେଶରେ ଉପଲବ୍ଧ ଅଛି ଏବଂ ଏହା ମଧ୍ୟ ହୋଇପାରେ ଯେ ଅପଣଙ୍କ ଫୋନରେ ବର୍ତ୍ତମାନ ଉପଲବ୍ଧ ହେବନି ।

ଯେତେବେଳେ ଆପଣ ସର୍ଚ୍ଚ ବାରରେ ଟାଇପ କରୁଛନ୍ତି ସେତେବେଳେ ଚାଟରେ ତା’ର ଫଳାଫଳ ଦେଖିବାକୁ ମିଳିବ, ଯାହା ଆପଣ ମେଟା ଏଆଇକୁ ପଚାରିପାରିବେ । ମେଟା ଏଆଇ ସେପର୍ଯ୍ୟନ୍ତ ଆପଣଙ୍କ ସେହି ମେସେଜ ସହ କନେକ୍ଟ କରିପାରିବନି, ଯେତେବେଳ ପର୍ଯ୍ୟନ୍ତ ଆପଣ ତାକୁ କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ । ଆପଣ ହ୍ୱାଟ୍ସଆପରେ ସର୍ଚ୍ଚ ଫିଚରର ବ୍ୟବହାର କରିବା ଜାରି ରଖିପାରିବେ ଏବଂ ସର୍ଚ୍ଚ ବାରକୁ ଯାଇ ପୂର୍ବ ପରି ଚାଟ, ମେସେଜ, ଫଟୋ, ଭିଡିଓ, ଲିଙ୍କ, ଜିଆଇଏଫ, ଅଡିଓ, ପୋଲ ଏବଂ ଡକ୍ୟୁମେଣ୍ଟସ ସର୍ଚ୍ଚ କରିପାରିବେ । ଏଥିରେ ଆପଣଙ୍କ ପର୍ସନାଲ ଚାଟକୁ କୌଣସି କ୍ଷତି ପହଁଚିବ ନାହିଁ ।

ମେଟା ଏଆଇ ଜରିଆରେ କିପରି କରିବେ ସର୍ଚ୍ଚ:
-ନିଜ ଚାଟ ଲିଷ୍ଟର ଉପରେ ଥିବା ସର୍ଚ୍ଚ ଫିଲ୍ଡ ଉପରେ ଟ୍ୟାପ କରନ୍ତୁ ।
-ଦିଆଯାଇଥିବା ପ୍ରମ୍ପଟ ଉପରେ ଟ୍ୟାପ କରନ୍ତୁ ବା ନିଜ ପ୍ରମ୍ପଟ ଟାଇପ କରନ୍ତୁ ଏବଂ ପୁଣି ସେଣ୍ଡ ବଟନ ଦବାନ୍ତୁ ।
-ପ୍ରମ୍ପଟ ଟାଇପ କରିବା ପରେ ଅପଣଙ୍କୁ ମେଟା ଏଆଇକୁ ପ୍ରଶ୍ନ ପଚାର ସେକ୍ସନରେ ସର୍ଚ୍ଚ ସହ ଜଡିତ ପରାମର୍ଶ ଦେଖିବେ ।
-ଯଦି ପଚରା ଯାଏ ତେବେ ସେବାର ସର୍ତ୍ତ ପଢନ୍ତୁ ଏବଂ ସ୍ୱୀକାର କରନ୍ତୁ ।
-ସର୍ଚ୍ଚ ସହ ଜଡିତ ଯେକୌଣସି ପରାମର୍ଶକୁ ଟ୍ୟାପ କରନ୍ତୁ ।

Get real time updates directly on you device, subscribe now.