fbpx
BSKY
BJD MC SKY
BJD MS SKY

ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍: ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ତୈଳ କମ୍ପାନୀମାନେ ପୁଣି ଥରେ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ସହ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି ଶସ୍ତା ହୋଇଯାଇଛି । ତୈଳ କମ୍ପାନୀମାନେ ଲଗାତର ଦ୍ୱିତୀୟ ମାସରେ ଏଲପିଜି ସିଲିଣ୍ଡର ଦାମରେ କଟ୍ କରିଛନ୍ତି । ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସିଲିଣ୍ଡର ଦାମରେ ୧୯-୨୦ ଟଙ୍କା ହ୍ରାସ ପାଇଛି । ଆଇସିଏଲ ୱେବସାଇଟରେ ମେ ପହିଲାରୁ ଲାଗୁ ହୋଇଥିବା ସିଲିଣ୍ଡରର ନୂଆ ଦର ବାବଦରେ ଅପଡେଟ୍ ଦିଆଯାଇଛି ।

ଅଏଲ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ, ମେ ପହିଲାରୁ ରାଜଧାନୀ ଦିଲ୍ଲୀରେ ୯ କିଲୋଗ୍ରାମ ବିଶିଷ୍ଟ କମର୍ଶିଆଲ ଗ୍ୟାସ ସିଲିଣ୍ଡରର ଦାମ ୧୯ କେଜି ହ୍ରାସ ପାଇଛି । ତେଣୁ ଏହାର ଦାମ୍ ୧୭୬୪.୫୦ ଟଙ୍କାରୁ ହ୍ରାସ ପାଇ ୧୭୪୫.୫୦ ଟଙ୍କା ହୋଇଯାଇଛି । ଏପରି ଭାବେ ମୁମ୍ବାଇରେ କମର୍ଶିଆଲ ଏଲପିଜି ସିଲିଣ୍ଡରର ଦାମ ୧୭୧୭.୫୦ ଟଙ୍କାରୁ ହ୍ରାସ ପାଇ ଏବେ ୧୬୯୮.୫୦ ଟଙ୍କା ହୋଇଯାଇଛି । ଚେନ୍ନାଇରେ ମଧ୍ୟ ସିଲିଣ୍ଡରର ଦାମ୍ ୧୯ ଟଙ୍କା ଶସ୍ତା ହୋଇଛି । ଏହାର ଦାମ୍ ୧୯୩୦ ଟଙ୍କାରୁ କମ୍ ହୋଇ ୧୯୧୧ ଟଙ୍କାରେ ପହଞ୍ଚି ଯାଇଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧ ଟଙ୍କା ଅଧିକ ଅର୍ଥାତ ୨୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୧୮୭୯ ଟଙ୍କା ରହିଥିବା ବେଳେ ଏବେ ସେଠାରେ ୧୮୫୯ ଟଙ୍କାରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.