fbpx
BJD SKY
BJD SKY

ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ: ଆଜି ୨୬୭୭ ଜଣଙ୍କ ମୃତ୍ୟୁ, ୧.୧୪ ଲକ୍ଷ ପଜିଟିଭ୍

BJD

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୭୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୧୪ ହଜାର ୪୬୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୯ ହଜାର ୩୩୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୭୭ ହଜାର ୭୯୯ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.