fbpx

ଭାରୀ ପଡ଼ିଲା ସୋସିଆଲ୍ ସାଇଟରେ ବନ୍ଧୁତା, ନାବାଳିକାଙ୍କୁ ସାରା ରାତି ଝୁଣିଦେଲେ…

ମୁମ୍ବାଇ: ମହାମାରୀ ସଂକଟରେ ସବୁଠି ଲୋକେ ବଞ୍ଚିବା ପାଇଁ ଲଢ଼ୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଦେଶର କୋଉଠି ନା କୋଉଠି ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ଲୋକେ ଲିପ୍ତ ରହୁଛନ୍ତି । ପ୍ରତ୍ୟେହ ଖବର ଏମିତି ଛାତି ଥରାଇ ଦେଉଛି । ଏମିତି ଏକ ଲୋମଟାଙ୍କୁରା ଘଟଣା ଆସିଛି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ । ପ୍ରଥମେ ବନ୍ଧୁତ୍ୱ ଆଉ ତାପରେ ପାର୍ଟି । ତାପରେ ଗଣଦୁଷ୍କର୍ମ କରାଯିବା ଘଟଣା ପୁଣିଥରେ ଦେଶକୁ ଥରାଇ ଦେଇଛି । ବନ୍ଧୁତ୍ୱ ନାଁରେ ସମ୍ପର୍କକୁ କଳଙ୍କିତ କରାଯିବା ଘଟଣା ଜନମାନସକୁ ବ୍ୟତିବ୍ୟସ୍ତ କରିଦେଇଛି । ଇନଷ୍ଟାଗ୍ରାମରେ ବନ୍ଧୁତ୍ୱ କରିବା ଭାରୀ ପଡ଼ିଛି ଜଣେ ନାବାଳିକାକୁ ।

ପୁଣିଥରେ ଏଭଳି ଲଜ୍ଜ୍ୟାଜନକ ଘଟଣାକ୍ରମରେ ଯୌନ ରାକ୍ଷସଙ୍କ ଲୋଲୁପ ଦୃଷ୍ଟିର ଶୀକାର ହେଲେ ନାବାଳିକା । ଥରେ ନୁହେଁ କି ଦୁଇଥର, ଗୋଟିଏ ରାତିରେ ବାରମ୍ବାର ନାବାଳିକାଙ୍କୁ କରିଚାଲିଲେ ପାଶବିକ ଅତ୍ୟାଚାର । ଆଉ ତାହା ପୁଣି ଭିନ୍ନ ଭିନ୍ନ ସ୍ଥାନରେ ମାୟାନଗରୀ ମୁମ୍ବାଇରେ । ତେବେ ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଛି । ମେ ୩୧ ରାତିରେ ଏଭଳି ଘଟିଥିବା ପୋଲିସ ସୂଚନା ଦେଇଛି । ପୋଲିସ କହିଛନ୍ତି ଯେ ସୋସିଆଲ୍ ସାଇଟ୍ ଇନଷ୍ଟାଗ୍ରାମ ଜରିଆରେ ସମସ୍ତେ ବନ୍ଧୁ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜଣଙ୍କର ଜନ୍ମଦିନ ଥିବାରୁ ସେ ପାର୍ଟି ରଖିଥିଲେ । ଆଉ ସମସ୍ତେ ମଡ୍ ସ୍ଥିତ ଏକ ହୋଟେଲରେ ବାର୍ଥଡେ ସେଲିବ୍ରେସନ କରିଥିଲେ । ଏହା ପରେ କାର୍ ଉପରେ କେକ କାଟିଥିଲେ । ଏହି ସମୟରେ ଅନ୍ୟ ଦୁଇଜଣ ନାବାଳିକାକୁ କାର ଭିତରକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ନାବାଳିକାଙ୍କୁ  ମଲାଡ ରୋଡ ଠାରେ ଥିବା ଅନ୍ୟ ଜଣେ ସାଙ୍ଗ ଘରେ ଛାଡ଼ି ଦେଇଥିଲେ । ସେଠାରେ ମଧ୍ୟ ନାବାଳିକାଙ୍କ ସହ ସେହି ସମାନ ଘଟଣା ଘଟିଲା । ଏହା ପରେ ନାବାଳିକା ନିଜ ଘରକୁ ନଯାଇ ଅନ୍ୟ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ବି ତାଙ୍କୁ ନିସ୍ତାର ମିଳିଲାନି । ସେଠି ମଧ୍ୟ ସେହି ସମାନ ଅତ୍ୟାଚାରର ପୁନରାବୃତ୍ତି ଘଟିଥିଲା ନାବାଳିକାଙ୍କ ସହ । ଗିରଫମାନଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ପସ୍କୋ ଆକ୍ଟ ସମେତ ଅନ୍ୟ ଧାରାରେ ଗିରଫ କରାଯାଇ ମାମଲା ରୁଜୁ ହୋଇଛି । ପୋଲିସ୍ ସମସ୍ତଙ୍କୁ ଗିରଫ କରିଥିବାବେଳେ ଏଭଳି ଜଘନ୍ୟ କାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ସତର୍କ ରହିବା ଜରୁରୀ:

ବେଳେ ବେଳେ ଆମେ ଜାଣିପାରୁନେ ସୋସିଆଲ୍ ମିଡିଆର ଉପଯୁକ୍ତ ବ୍ୟବହାର । ଫେସବୁକ, ଇନଷ୍ଟାଗ୍ରାମ ବା ଅନ୍ୟ ଯେକୌଣସି ସୋସିଆଲ ମିଡିଆରେ କେହିି ଆମକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଦେଲେ, ଆମେ ତାକୁ ଆସେପ୍ଟ କରିନିଅନ୍ତି । ଆଉ କିଛି ନବୁଝି ନବିଚାରି ବନ୍ଧୁତ୍ୱ ସ୍ଥାପନ କରିଦେଇଥାଉ । ହେଲେ ପରବର୍ତ୍ତୀ ସମୟରେ ଆମକୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆମକୁ ଖୁବ୍ ସଚେତନ ହେବାକୁ ପଡ଼ିବ । ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ ।

  • ଅଜଣା ବ୍ୟକ୍ତିର ବନ୍ଧୁ ରିକ୍ୱେଷ୍ଟ୍ ଗ୍ରହଣ ନକରିବା ଉଚିତ୍ ।
  • ବାରମ୍ବାର କେହି ହଇରାଣ କଲେ ପୋଲିସ୍ ସହ ଯୋଗାଯୋଗ କରନ୍ତୁ ।
  • ଭରସା ନଥିଲେ କୌଣସି ସୋସିଆଲ୍ ମିଡିଆ ବନ୍ଧୁଙ୍କ ନିକଟତର ନହେବା ଭଲ ।
  • ଆବଶ୍ୟକ ପଡ଼ିଲେ ସାଇବର୍ ସେଲ୍ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ନ୍ତୁ ।
  • ନିଜର ସୋସିଆଲ୍ ମିଡିଆ ବନ୍ଧୁ ସମ୍ପର୍କରେ ଗୋପନୀୟ କିଛି ରଖନ୍ତୁ ନାହିଁ ।
  • ଆବଶ୍ୟକ ଅନୁସାରେ ଘରର ସଦସ୍ୟଙ୍କୁ ନିଜର ବନ୍ଧୁମାନଙ୍କ ସମ୍ପର୍କରେ ଜଣାଇବା ଉଚିତ୍ ।

 

Get real time updates directly on you device, subscribe now.