fbpx
BJD SKY
BJD SKY

ନାଲି ପଥର ଗୁଣ୍ଡ ନେଇଯାଉଛି ଜୀବନ: ଫୁସଫୁସକୁ କରୁଛି ସଂକ୍ରମିତ, ଆଖି ବୁଜିଲେଣି ୨୭ ଜଣ ପଥର ଶିଳ୍ପୀ, ଶତାଧିକ ଚିକିତ୍ସିତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମଣିଷ ଏକ ଭୟଙ୍କର ସମୟ ଦେଇ ଗତି କରୁଛି । ଜଳ, ବାୟୁ ସବୁ ଆଜି ଦୂଷିତ ହେବା କାରଣରୁ ମଣିଷକୁ ଅସମୟରେ ଏକାଧିକ ଭୟଙ୍କର ରୋଗକୁ ସାମ୍ନା କରିବାକୁ ପଡ଼ୁଛି । ୧୦-୨୦ ବର୍ଷ ପୂର୍ବରୁ ଯେଉଁ ରୋଗ ଦେଖିବାକୁ ମିଳୁନଥିଲା, ବର୍ତ୍ତମାନ ସମୟରେ ତାହା ମଣିଷର ମୃତ୍ୟୁର କାରଣ ସାଜୁଛି । ତେବେ ନିକଟରେ ନାଲି ପଥର ଗୁଣ୍ଡ କାରଣ ପ୍ରସ୍ତର ଶିଳ୍ପୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସୋର ଓ ଔପଦା ବ୍ଲକରେ ବହୁ ପ୍ରସ୍ତର ଶିଳ୍ପୀ ଏହି ନାଲି ପଥର ଗୁଣ୍ଡ କାରଣରୁ ମୃତ୍ୟୁବରଣ କରିବା ସହିତ ଏକାଧିକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁଇ ବ୍ଲକର ଶତାଧିକ ପ୍ରସ୍ତର ଶିଳ୍ପୀ ରାଜ୍ୟ ବାହାରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମାରାତ୍ମକ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ୨୭ ଜଣଙ୍କର ମୃତ୍ୟୁ ଘଟିଲାଣି । ରାଜ୍ୟରେ ପ୍ରସ୍ତର ଶିଳ୍ପର ଭିତ୍ତିଭୂମିର ଅଭାବ, କଞ୍ଚାମାଲ ଓ ବଜାର ନଥିବାରୁ ତାଲିମପ୍ରାପ୍ତ ଶିଳ୍ପୀମାନେ ରାଜ୍ୟ ବାହାରକୁ ଯାଉଛନ୍ତି । ଶିଳ୍ପୀମାନେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଠିକାଦାରଙ୍କ ଅଧିନରେ କାର୍ଯ୍ୟ କରି ନିଜର ଗୁଜୁରାଟ ମେଣ୍ଟାଉଛନ୍ତି ।
ତେବେ ଏହି ସବୁ ରାଜ୍ୟମାନଙ୍କରେ ଥିବା ନାଲିପଥର ଗୁଣ୍ଡ ଦ୍ୱାରା ଫୁସଫୁସ ସଂକ୍ରମଣ ହେଉଥିବା ଜଣାପଡ଼ିଛି । ଗତ ୧୦ ବର୍ଷ ମଧ୍ୟରେ ୨୫ରୁ ଅଧିକ ଶିଳ୍ପୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ତିନିଜଣ ଯୁବ ଶିଳ୍ପୀଙ୍କ ମୃତ୍ୟୁ ଘଟିଛି । କେଶରୀପୁର ଗ୍ରାମ ଓ ଏହାର ଆଖପାଖରେ ୪୦ରୁ ଅଧିକ ଶିଳ୍ପୀ ଏଥିରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଅନେକ ଶିଳ୍ପୀ ବର୍ଷ ବର୍ଷ ଧରି ଚିକିତ୍ସିତ ହେବା ପରେ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରୁଥିବା ଦେଖାଯାଉଛି । ଗତ ୨୦୧୯ରୁ ୨୦୨୨ ମଧ୍ୟରେ ୨୨ ଜଣ ଶିଳ୍ପୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.