fbpx

OSSSC ପକ୍ଷରୁ ପୂରଣ ହେବ ୨୭୫୩ଟି ପଦ: ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଓଏସଏସଏସସି ପକ୍ଷରୁ ୨୭୫୩ଟି ପଦ ପାଇଁ ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ । ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ବା ଏନଏମ ଷ୍ଟାଫ ନର୍ସ ଭାବେ ନିଯୁକ୍ତି ଦିଆଯିବ ।

ଚଳିତ ମାସ ଶେଷ ସପ୍ତାହରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ହୋଇ ମେ ମାସ ଶେଷ ସପ୍ତାହରେ ସମାପ୍ତ ହେବ । ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶାରେ ନିଯୁକ୍ତି ମିଳିବ । ଏନଏନଏମ ଷ୍ଟାଫ୍ ନର୍ସ ପଦ ପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ । ପ୍ରାର୍ଥୀମାନେ ଓଡ଼ିଆ ଭାଷା ଜାଣିଥିବା ନିହାତି ଜରୁରୀ । ପ୍ରାର୍ଥୀ ଦ୍ୱାଦଶ ପାସ୍ ସହିତ ଏମପିଏଚଡବ୍ଲ୍ୟୁରେ ଡିପ୍ଲୋମା କରିଥିବେ ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ହୋଇଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ସେହିପରି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର କୋହଳ କରାଯିବ । ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.