fbpx
BJD SKY
BJD SKY

ଫ୍ରେସର୍ସଙ୍କ ସ୍ୱାଗତ ପାର୍ଟିରୁ ବ୍ୟାପିଲା ସଂକ୍ରମଣ ! ୨୮୧ ଜଣ କୋଭିଡ ପଜିଟିଭ, ୧୦୫୮ଙ୍କୁ ରିପୋର୍ଟକୁ ଅପେକ୍ଷା

BJD

ବେଙ୍ଗାଲୁରୁ: ସ୍ଥାନୀୟ ଏକ ମେଡିକାଲ କଲେଜରେ କରୋନା ସଂକ୍ରମଣ ଗୁରୁତର ପରି ସ୍ଥିତି ସୃଷ୍ଟି କରିଥିବା ବେଳେ ଆଉ ୭୭ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୨ରେ ପହଞ୍ଚି ଯାଇଛି । ଉତ୍ତର କର୍ଣ୍ଣାଟକାର ମେଡିକାଲ ହବ ଭାବେ ଜଣାଶୁଣା ଏହି ଏସଡିଏମ କଲେଜ ଅଫ ମେଡିକାଲ ସାଇନ୍ସ ପୂରା ଦେଶର ଚିନ୍ତା ବଢ଼ାଇ ଦେଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନକୁ ବାତିଲ କରାଯାଇଛି । ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ପଥ ସଂପୂର୍ଣ୍ଣ ଭାବେ ସିଲ୍‌ ହୋଇଛି । ଯେଉଁମାନେ ଏହା ମଧ୍ୟରେ ଆଡମିଟ ହୋଇଛନ୍ତି, ସେମାନଙ୍କର ଟେଷ୍ଟ ଜୋରଦାର କରାଯାଉଛି । ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଡିସଚାର୍ଜ କରାଯାଉଛି । ଅଧିକାଂଶ ସଂକ୍ରମିତ କରୋନାର ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିଲେ ।

ନିକଟରେ କ୍ୟାମ୍ପସ ଭିତରେ ଫ୍ରେସର୍ସଙ୍କ ସ୍ୱାଗତ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା । ଏହାପରେ ଏଠାରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହି ପାର୍ଟି ଦୁଇରୁ ୩ ଦିନ ଯାଏ ଚାଲିଥିଲା । ବର୍ତ୍ତମାନ ସୁଦ୍ଧାର ୨୮୧ ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ଆହୁରି ୧୦୫୮ ଜଣଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମଣିାଲ ହସ୍ପିଟାଲର ଅଧ୍ୟକ୍ଷ ତଥା କର୍ଣ୍ଣାଟକା କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡା ସୁଦର୍ଶନ ବଲ୍ଲାଲ କହିଛନ୍ତି, କୋଭିଡ କ୍ଲଷ୍ଟର ସୃଷ୍ଟି ହେବା ଚିନ୍ତାର ବିଷୟ । ହସ୍ପିଟାଲର ଅନେକ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତମାନେ ପାର୍ଟିରେ ଯୋଗଦେଇଥିଲେ । ଏହାର ଅର୍ଥ ସଂକ୍ରମିତ କରୁଥିବା ଭାରିଏଣ୍ଟ ଅତ୍ୟନ୍ତ ମାରାତ୍ମକ । ଫଳରେ ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିରି ସମସ୍ତ ଶିକ୍ଷାର୍ଥୀ ଟିକାର ଡବଲ ଡୋଜ୍‌ ନେଇ ସାରିଥିଲେ ।

Get real time updates directly on you device, subscribe now.