fbpx

ହର ଘର ଦସ୍ତକ କାର୍ଯ୍ୟକ୍ରମ ମନ୍ଥର, ଓଡିଶାର ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାଁନ୍ତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ କାର୍ଯ୍ୟକ୍ରମ । ଏଥିରେ କିଏ ପ୍ରଥମ ଡୋଜ ନେଇଛି, କିଏ ଦ୍ୱିତୀୟ ଡୋଜ ନେଇଛି, କିଏ ପ୍ରିକସନ ଡୋଜ ନେଇଛି, କିଏ ଟିକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି । ଜୁନ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ ଟିକା ଦିଆସରିଛି । ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ରାଜ୍ୟର ୪୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରିକସନ ଡୋଜ ଟିକା ନେଇନାହାନ୍ତି । ତେବେ ନବେ ପ୍ରତିଶତ ଫ୍ରଂଟଲାଇନ ୱାର୍କର ପ୍ରିକସନ ଡୋଜ ଟିକା ନେଇ ସାରିଛନ୍ତି । ୧୮ ବର୍ଷରୁ ଉର୍ଦ୍ଧ୍ୱ ୯୬ ପ୍ରତିଶତ ପ୍ରଥମ ଡୋଜ, ୧୨ରୁ ୧୪ ବର୍ଷ ବୟସ୍କ ବର୍ଗର ୯୧ ପ୍ରତିଶତ, ୧୫ରୁ ୧୭ ବର୍ଷ ବୟସ୍କ ବର୍ଗର ୮୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । ଏବେରାଜ୍ୟର ୨୨୭୭ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି ।

Get real time updates directly on you device, subscribe now.