fbpx

ପ୍ରେମିକାକୁ ଧୋକା ଦେବା ସହ ବିବାହ ପାଇଁ ମନା କଲା ପ୍ରେମିକ, ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ କରିଦେଲା ଭାଇରାଲ୍….

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ । ପ୍ରେମ ପରେ ସମ୍ପର୍କକୁ ନିବିଡ଼ କରିବା ନେଇ ଉଭୟଙ୍କ ମଧ୍ୟରେ ସ୍ଥାପନ ହେଲା ଶାରୀରିକ ସମ୍ପର୍କ । ଅତି ନିବିଡ଼ ସମ୍ପର୍କକୁ ନେଇ ଅନେକ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରେକର୍ଡ କରି ରଖିଲେ ଉଭୟ ପ୍ରେମିକ ପ୍ରେମିକା । ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ଲାଗିଲା । ବିବାହ ପ୍ରସ୍ତାବ ପ୍ରେମିକ ଦେବାରୁ ଅନେକ ସମୟରେ ଏହି ପ୍ରସଙ୍ଗକୁ ଏଡାଇ ଚାଲିଥିଲା ପ୍ରେମିକ । ପରେ ମୋବାଇଲରେ ରେକର୍ଡ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲକୁ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହରର ସିରଭଟା ପଡାର ଜଣେ ଯୁବତୀ ସହ ପୁରୁଣା ଟେନେରୀ ପଡାର ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହି ଆନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଭୟ ତିଆରି କରିଥିଲେ । ହେଲେ ପ୍ରେମିକ ଧୋକା ଦେବା ସହ ବିବାହ ପାଇଁ ମନା କରିବା ସହ କୁଆଡେ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଥିବା ନେଇ ସମ୍ପୃକ୍ତ ଯୁବତୀ ଜଣକ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରି ଆଇନ ଆଶ୍ରୟ ନେବା ପରେ ଟିଟିଲାଗଡ଼ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଟିଟିଲାଗଡ଼ ଥାନାରେ କେଶ ନମ୍ବର ୧୭୮/୨୨ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଫା ୪୧୭/୪୯୩/୨୯୨/୨୯୪/୫୦୬/୬୭ ଆଇଟି ଆକ୍ଟ /୩୪ ଆଇପିସି ଆକ୍ଟରେ ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀ ନାମରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ସେପଟେ କୋର୍ଟରେ ପ୍ରହଲ୍ଲାଦ ମାଝୀର ବେଲ୍‌ ନାକଚ ହେବା ଯୋଗୁଁ ଅଭିଯୁକ୍ତ ପ୍ରେମିକକୁ ଟିଟିଲାଗଡ଼ ବିଚାରବିଭାଗୀୟ ଉପକାରାଗାରକୁ ପଠାଯାଇଛି । ତେବେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ସହରରେ ଭିନ୍ନଭିନ୍ନ ଚର୍ଚ୍ଚା ଜୋର ଧରୁଛି । ପ୍ରେମ ସମ୍ପର୍କ ଆଳରେ ଟିଟିଲାଗଡ଼ ଅଞ୍ଚଲ ତଥା ବାହାର ଜିଲ୍ଲା ରାଜ୍ୟକୁ ଯୁବତୀ ଚାଲାଣ ହେବା ସହ ବ୍ୟାପକ ମାତ୍ରାରେ ସେକ୍ସ କାରବାର ହେଉଥିବା ଅଭିଯୋଗ ହେଉଛି । ଅନେକ ସମୟରେ ବିଭିନ୍ନ ରାଜନୈତିକ ନେତାମାନଙ୍କ ପାଖକୁ ତଥା କେତେକ ସରକାରୀ କର୍ମଚାରୀ ନିକଟକୁ ଯୁବତୀମାନଙ୍କୁ ଅନେକ ପ୍ରଲୋଭନ ଦେଖାଇ ଚାଲାଣ କରୁଥିବା ଚର୍ଚ୍ଚା ଏବେ ଟିଟିଲାଗଡ଼ ସହରର ବାଟରୁ ଯାଇ ହାଟରେ ଗଡ଼ୁଛି । ଦେଖିବାକୁ ରହିଲା ଏହି ଘଟଣା ଉପରୁ ପୋଲିସ ଆଗକୁ କେତେ ଦୂର ପର୍ଯ୍ୟନ୍ତ ତଦନ୍ତ କରୁଛି ।

Get real time updates directly on you device, subscribe now.