fbpx

(Video) ଲଜ୍ଜ୍ୟାର ସୀମା ଟପିଲା: ପାଳିତ କୁକୁର ସହ ଯୌନ ସମ୍ପର୍କ ରଖିଲେ ୨୯ ବର୍ଷୀୟା ମହିଳା, ଦୋଷୀଙ୍କୁ କି ଦଣ୍ଡ ଦେବେ କୋର୍ଟ

ନୂଆଦିଲ୍ଲୀ: ଆମର ସଭ୍ୟ ସମାଜକୁ ଅନେକ ସମୟରେ କିଛି ଅସଭ୍ୟ ତଥା ଅସାମାଜିକ ବ୍ୟକ୍ତି କୁପଥଗାମୀ କରାଇଥାନ୍ତି । ବେଳେବେଳେ ଆମେ ସମାଜରେ ଏଭଳି କିଛି ଘଟଣା ଘଟିଥାଏ, ଯାହାକୁ ଶୁଣିବା ପରେ ବା ଦେଖିବା ପରେ ଆମର ମୁଣ୍ଡ ଲାଜରେ ତଳକୁ ହୋଇଯାଇଥାଏ । ଗତମାସରେ ଏଭଳି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଥିଲା ।

ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମରେ ଜଣେ ଯୁବକ ଗୋଟିଏ ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ପରେ ଏନେଇ ତଦନ୍ତ ହେବା ପରେ ଉକ୍ତ ଯୁବକଙ୍କୁ ପୋଲିସ ପଚରାଉଚରା କରିବା ପରେ ସେ ସବୁ ସତ ମାନିଯାଇଥିଲେ । ବିଳମ୍ବିତ ରାତିରେ ଛେଳି ଗୁହାଳ ମଧ୍ୟରେ ପଶି ଯୁବକ ଜଣଙ୍କ ଏହି କାଣ୍ଡ ଭିଆଇଥିବା ଛେଳିର ମାଲିକ ପୋଲିସରେ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ଲଜ୍ଜାଜନକ ଘଟଣା । ଏଭଳି ଏକ ଲଜ୍ଜାଜନକ ତଥା ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଆୟରଲାଣ୍ଡରେ । ଖବର ମୁତାବକ, ଜଣେ ୨୯ ବର୍ଷୀୟା ମହିଳା ତାଙ୍କ ଗୃହପାଳିତ କୁକୁର ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ । ତେବେ ଏହି ଘଟଣା ପ୍ରଘଟ ହେବା ପରେ ପଶୁପକ୍ଷୀଙ୍କୁ ଅମାନବୀୟ ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା ।

ଗତ ୨୦୧୯ ମସିହା ଡିସେମ୍ବର ମାସରେ ମହିଳା ଜଣଙ୍କ ତାଙ୍କ ଘରେ ଥିବା ଏକ କୁକୁର ସହ ଯୌନ ସମ୍ପର୍କ ରଖିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାର ଶୁଣାଣି କୋର୍ଟରେ ହୋଇଥିଲା । ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଥିବା ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ । ତେବେ ତାଙ୍କର ମହକିଲ ସହରରେ ନଥିବାରୁ ସେ ଫେରିବା ପରେ ମାମଲାର ଶୁଣାଣି କରିବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ । ତେଣୁ ପରବର୍ତ୍ତୀ ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ରହିବାକୁ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ମାମଲାରେ ଯଦି ମହିଳା ଜଣଙ୍କ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.