fbpx

ଦଶମ ପାସ୍ ପରେ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବାହାରିଲା ନିଯୁକ୍ତି; ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଚାକିରୀ ଆଶାରେ ସଭିଏଁ ରହିଛନ୍ତି। ତେବେ ଚାକିରୀ ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇ ଗ୍ରୁପ୍ ‘ସି’ କିମ୍ବା ଉତ୍ତର ପଶ୍ଚିମ ରେଳବାଇ (NWR) ଅଧୀନରେ ଥିବା ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ପାଇଁ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ‘ସାଧାରଣ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା ‘ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।ପ୍ରାର୍ଥୀମାନେ ଯେଉଁମାନେ NWR ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆଗ୍ରହୀ, ସେମାନେ ୭ ଏପ୍ରିଲରୁ rrcjaipur.in ରେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ।

ଅନଲାଇନ ଆବେଦନ ପ୍ରକ୍ରିୟା ୬ ମଇ ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ ଟି ପଦବୀ ପୂରଣ ହେବ । ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟଗୁଡିକରେ ଚାକିରୀ ପାଇବାକୁ ଆଗ୍ରହୀ ସେମାନେ ଅନ୍ଲାଇନ୍ ରେ ଆବେଦନ କରିବାପାରିବେ ।

ପ୍ରାର୍ଥୀମାନେ ଫିଟର, ଇଲେକ୍ଟ୍ରିକାଲ୍, ଇନଷ୍ଟ୍ରୁମେଣ୍ଟ୍ ମେକାନିକ୍, ମିଲ୍ ରାଇଟ୍ / ମେଣ୍ଟେନାନ୍ସ ମେକାନିକ୍, ମେକାନିକ୍ (ରେଡିଓ ଏବଂ ଟିଭି), ଇଲେକ୍ଟ୍ରୋନିକ୍ସ ମେକାନିକ୍, ମେକାନିକ୍ (ମୋଟର ଯାନ), ୱାୟରମ୍ୟାନ୍, ଟ୍ରାକ୍ଟର ମେକାନିକ୍, ଅଭିଜ୍ଞତା ଏବଂ ନିଶ୍ଚିତ ଭାବରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ। ଅନ୍ୟସବୁ ସୂଚନା ପାଇଁ ଵିଜ୍ଞପ୍ତି ଯାଞ୍ଚ କରିବା ଆବଶ୍ୟକ ।

ବୟସ ସୀମା : ଏହି ପଦବୀ ପାଇଁ
ସାଧାରଣ ପ୍ରାର୍ଥୀଙ୍କ ବୟସ – ୪୨ ବର୍ଷ
OBC ପ୍ରାର୍ଥୀଙ୍କ ବୟସ – ୪୫ ବର୍ଷ
SC / ST ପ୍ରାର୍ଥୀଙ୍କ ବୟସ – ୪୭ ବର୍ଷ

ଚୟନ ପ୍ରକ୍ରିୟା :
ରେଳ ଭାରତୀ ପ୍ରକ୍ରିୟାରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) / ଲିଖିତ ପରୀକ୍ଷା ଏବଂ ଆପ୍ଟିଚ୍ୟୁଡ୍ ଟେଷ୍ଟ, ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଏବଂ ମେଡିକାଲ୍ ଟେଷ୍ଟ ରହିବ।

ଆବେଦନ ଶୁଳ୍କ :
ରେଲୱେ ଭାରତୀ ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା କୌଣସି ପ୍ରାର୍ଥୀଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ।

Get real time updates directly on you device, subscribe now.