fbpx

HCL ପକ୍ଷରୁ ବାହାରିଲା ୨୯୦ଟି ପଦବୀ, ଡିସେମ୍ବର ୧୨ ସୁଦ୍ଧା କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ପକ୍ଷରୁ ୨୯୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବ ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ୨୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହା ଡିସେମ୍ବର ମାସ ୧୨ ତାରିଖରେ ସମାପ୍ତ ହେବ । ଡିସେମ୍ବର ୩୧ ତାରିଖରେ ଶର୍ଟ ଲିଷ୍ଟେଡ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସରୁ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ / ଆଇଟିଆଇଇ (ପ୍ରାସଙ୍ଗିକ ଟ୍ରେଡ) / ଏନସିଭିଟି / ଏସସିଭିଟି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମେଟ (ମାଇନ୍ସ), ବ୍ଲାଷ୍ଟର (ମାଇନ୍ସ), ଡିଜେଲ ମେକାନିକ, ଫିଟର, ଟର୍ଣ୍ଣର, ୱେଲ୍ଡର, ଇଲେକ୍ଟ୍ରିସିଆନ, ସର୍ଭେୟର, ଆସିଷ୍ଟାଣ୍ଟ ଏପରି ୧୩ ପ୍ରକାର ପଦବୀରେ ନିଯୁକ୍ତି ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ-୧: https://www.apprenticeshipindia.gov.in/

ଅନଲାଇନ ଆବେଦନ ଲିଙ୍କ-୨: https://www.hindustancopper.com/ITIApplication/Login/95

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-HCL-Trade-Apprentice-Vacancy.pdf

ଅଫିସିଆଲ ୱେବସାଇଟ ଲିଙ୍କ: https://www.hindustancopper.com/

 

Get real time updates directly on you device, subscribe now.