ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଏହା ମଧ୍ୟରେ ଆଜି ପୁଣି ୨୯୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୭୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୦ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 2nd July
New Positive Cases: 2917
In quarantine: 1677
Local contacts: 1240(Details of local contacts will be shared by concerned Dist Administration)
District Wise Cases:
1. Angul: 86
2. Balasore: 237
3. Bargarh: 22
4. Bhadrak: 163
5. Balangir: 7— I & PR Department, Odisha (@IPR_Odisha) July 3, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୮୪ ହଜାର ୨୬୨ ରହିଥିବା ବେଳେ ୩୦ ହଜାର ୫୫୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 165
23. Nawarangpur: 19
24. Nayagarh: 96
25. Nuapada: 8
26. Puri: 132
27. Rayagada: 53
28. Sambalpur: 22
29. Sonepur: 12
30. Sundargarh: 48
31. State Pool: 101New recovery: 3265
Cumulative tested: 13979649
Positive: 919026
Recovered: 884262
Active case: 30557— I & PR Department, Odisha (@IPR_Odisha) July 3, 2021