fbpx
BSKY SKY
BSKY SKY

ଏଣିକି ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ, ଜାଣନ୍ତୁ କେବେଠାରୁ ଓ କେଉଁ ସ୍ଥାନରେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କର ଆଶଙ୍କା ବଢ଼ି ଚାଲିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା ନେଇପାରିବେ । ପୂର୍ବ ପରି ଆଉ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି ।

ବିଏମସି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୫ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ ଅଭିଯାନ ଜାରି ରହିବ । ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ୧୮-୪୪ ବର୍ଗ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪୫ରୁ ଅଧିକ ବର୍ଷର ଲୋକମାନେ ଟିକା ନେଇପାରିବେ । ତେବେ ଟିକାକରଣ କେନ୍ଦ୍ରକୁ ଯିବାବେଳେ ସମସ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ କେନ୍ଦ୍ରରେ ଭିଡ଼ ହୋଇଥିବ, ସେ କ୍ଷେତ୍ରରେ ଅଯଥାରେ ସେଠାରେ ଗହଳି ନକରି ଅନ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱରରେ ଟିକାକରଣ ପାଇଁ କ୍ୟାପିଟାଲ ହସ୍ପିଟାଲ ସମେତ ୧୪ଟି ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚସି) କେନ୍ଦ୍ର ସ୍ଥାପନ କରାଯାଇଛି । ସେଗୁଡ଼ିକ ହେଲା ୟୁନିଟ୍-୩, ୟୁନିଟ୍-୯, ଆଇଆରସି ଭିଲେଜ୍, ଘାଟିକିଆ, ନିଳାଦ୍ରିବହାର, ସହିଦନଗର, କଳ୍ପନା, କପିଳପ୍ରସାଦ, ଝାରପଡ଼ା, ନହରକଣ୍ଟା, ଗାଡ଼କଣ, ୟୁନିଟ-୪, ଡୁମୁଡୁମା ଓ ପଟିଆ ୟୁପିଏଚସି । ସରକାରଙ୍କ ଏହି ଅଭିନବ ପଦକ୍ଷେପ ଫଳରେ ଟିକାକରଣ ବୃଦ୍ଧି ହୋଇପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.