fbpx
BJD
BJD SKY
BJD SKY

୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍‌ ଟୁ- ଡିଜି ମେଡିସିନ୍‌ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଅନ୍ୟତମ ସର୍ବବୃହତ ଫାର୍ମା କମ୍ପାନୀ ଡକ୍ଟର ରେଡିସ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (୨ ଡିଜି)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସ୍ୟାଚେଟ୍‌ ‘ଟୁ-ଡିଜି’ର ଦାମ୍‌ ୯୯୦ ଟଙ୍କା ରଖିଛି ଡକ୍ଟର ରେଡିସ୍‌ କମ୍ପାନୀ । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ବୋଲି ମଧ୍ୟ ପ୍ରମାଣିତ ହୋଇଛି । ତିନି ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଭାରତରେ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.