fbpx

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲାଗିଥିବା ଲକଡାଉନ ଅବଧିକୁ ଜୁନ୍‌ ୭ ଯାଏ ବୃଦ୍ଧି କରିଛନ୍ତି । ପୂର୍ବରୁ ଲାଗିଥିବା ଲକଡାଉନ ୩୧ ତାରିଖରେ ଶେଷ ହେବାର ଥିଲା । ହେଲେ ଏବେ ଏହା ଜୁନ୍‌ ୭ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ । ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦରହିବ । କର୍ଫ୍ୟୁ ସମୟରେ ସମସ୍ତ ପ୍ରକାରର ଜରୁରୀ ସେବା ଜାରି ରହିବ ।

Get real time updates directly on you device, subscribe now.